ETV Bharat / bharat

ମୁକୁଳା ପଡିଛି 578 କିଲୋମିଟର ଭାରତ-ବାଂଲାଦେଶ ସୀମା - ବଜେଟ ଅଧିବେଶନ 2021

ଭାରତ-ବାଂଲାଦେଶ ସୀମାର 578 କିଲୋମିଟରରେ କୌଣସି ବାଡ ନଥିବା କହିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅଧିକ ପଢନ୍ତୁ...

ମୁକୁଳା ପଡିଛି 578 କିଲୋମିଟର ଭାରତ-ବାଂଲାଦେଶ ସୀମା

author img

By

Published : Feb 10, 2021, 11:57 AM IST

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ସୀମାରେ ବର୍ତ୍ତମାନ ସୁଦ୍ଧା 578 କିଲୋମିଟରରେ କୌଣସି ପ୍ରତିବନ୍ଧକ ନାହିଁ । ଦୁଇ ଦେଶ ମଧ୍ୟରେ 2216 କିଲୋମିଟର ସୀମା ଥିବାବେଳେ ଏଥିରୁ 1638 କିମିରେ ବାଡ ଲଗାଯାଇଛି । ହେଲେ ଅବଶିଷ୍ଟାଂଶ ସେମିତି ରହିଛି ବୋଲି ରାଜ୍ୟସଭାରେ ବିଜେଡି ସାଂସଦ ସୁଜିତ କୁମାରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ।

ମୁକୁଳା ପଡିଛି 578 କିଲୋମିଟର ଭାରତ-ବାଂଲାଦେଶ ସୀମା

ସେହିପରି ବାକି ଥିବା 578 କିଲୋମିଟରରୁ 10 କିଲୋମିଟର କାମ ଚାଲିଥିବାବେଳେ 319 କିମିରେ ବାଡ ଲଗାଯାଇ ପାରୁନାହିଁ । ଏଥିରେ ନଦୀ ଥିବାରୁ ବାଡ ଲଗାଯାଇ ପାରୁନଥିବାବେଳେ ସୁରକ୍ଷାବାହିନୀ ପକ୍ଷରୁ ପାଟ୍ରୋଲିଂ ଚାଲିଛି । ସେହିପରି 294 କିଲୋମିଟରରେ ଜମି ବିବାଦ ଥିବାରୁ ଏଠାରେ କାମ ବାଧାପ୍ରାପ୍ତ ଥିବା ମନ୍ତ୍ରୀ ଜଣାଇଛନ୍ତି ।

ତେବେ ଏସବୁ ପରେ ବି ଅନୁପ୍ରବେଶକାରୀ କିପରି ପ୍ରବେଶ ନ କରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଥିବା ସେ ଜଣାଇଛନ୍ତି । ଏହାସହ ବର୍ତ୍ତମାନର ପଶ୍ଚିମବଙ୍ଗ ସରକାର ଯଦି ଅଧିକ ସହାୟତା ଯୋଗାଇବେ ତେବେ କାମ ଆହୁର ତ୍ବରାନ୍ବିତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.