ETV Bharat / bharat

ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ବାଲ୍ୟ ଅବସ୍ଥାର ମୂର୍ତ୍ତିରେ ହେବ ପ୍ରାଣ ପ୍ରତିଷ୍ଠା, ପଦ୍ମ ଉପରେ ବିରାଜିବେ ପ୍ରଭୁ

author img

By ETV Bharat Odisha Team

Published : Jan 1, 2024, 9:27 AM IST

Ayodhya Ram Temple: ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ଭଗବାନ ରାମଙ୍କ 5 ବର୍ଷୀୟ ବାଲ୍ୟ ଅବସ୍ଥାର ମୂର୍ତ୍ତିରେ ହେବ ପ୍ରାଣ ପ୍ରତିଷ୍ଠା । ପଢ଼ନ୍ତୁ ପୁରା ଖବର

Ayodhya Ram Temple
ଅଯୋଧ୍ୟା ରାମ ମନ୍ଦିର

ଅଯୋଧ୍ୟା: ଜାନୁଆରୀ 22ରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଦିବସ । ଏହି ଦିନ ମନ୍ଦିରର ଗର୍ଭଗୃହରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ମଧ୍ୟ ହେବ । ତେବେ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ଭଗବାନ ରାମଙ୍କ ମୂର୍ତ୍ତି ଚୟନ ହୋଇସାରିଛି । ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ସୂଚନା ଅନୁଯାୟୀ, ଗର୍ଭଗୃହରେ ରାମଙ୍କ 5 ବର୍ଷିୟ ବାଳକର ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତି ନିଆଯାଇଛି । ଅନ୍ୟପଟେ ଏନେଇ ସ୍ଥାନ ଓ ମୂର୍ତ୍ତି ଚୟନ ସରିଥିବା ବେଳେ ଏହାର କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା କହିଛନ୍ତି ଚମ୍ପତ ରାୟ ।

ରାମ ମନ୍ଦିରରର ଗର୍ଭଗୃହରେ ରାମଲାଲାଙ୍କ 51 ଇଞ୍ଚ ଲମ୍ବର ମୂର୍ତ୍ତି ସ୍ଥାପନ କରାଯିବ । ଏହି ମୂର୍ତ୍ତି ରାମଙ୍କ ବାଲ୍ୟ ଅବସ୍ଥା ପ୍ରତିପାଦିତ କରିବ । ମୂର୍ତ୍ତିରେ ଶ୍ରୀରାମ ଦଣ୍ଡାୟମାନ ଆକୃତିର ଦେଖାଯିବେ । ମନ୍ଦିରର ଗର୍ଭଗୃହରେ ରାମ ପଦ୍ମ ଫୁଲ ଉପରେ ବିରାଜମାନ କରିବେ । ପଦ୍ମ ଫୁଲ ସହ ଏହି ମୂର୍ତ୍ତିର ଉଚ୍ଚତା ପାଖାପାଖି 8 ଫୁଟ ରହିବ । ଭାରତୀୟ ସଂସ୍କୃତି ଅନୁଯାୟୀ ଏହି ପ୍ରତିମାଗୁଡିକ ନିର୍ମାଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଭବ୍ୟ ରାମ ମନ୍ଦିରରେ ଲାଗିବ ହାଇଦ୍ରାବାଦରେ ନିର୍ମିତ କବାଟ

ତ୍ରେତୟା ଯୁଗର ପୌରାଣିକ କଥାବସ୍ତୁ ଆଧାରରେ ସଜେଇ ହେଉଛି ଅଯୋଧ୍ୟା ନଗରୀ: ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା । ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଶ୍ରୀରାମ । ଶ୍ରୀରାମ ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି । ତେବେ ଜାନୁଆରୀରେ ମନ୍ଦିର ପ୍ରତିଷ୍ଠାକୁ ନେଇ ଅଯୋଧ୍ୟାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପୁରା ଅଯୋଧ୍ୟା ନଗରୀରେ ପ୍ରସ୍ତୁତି ଜୋରଦାର ରହିଛି । ରାସ୍ତା କଡ଼ରେ ସୂର୍ଯ୍ୟ ସ୍ତମ୍ଭ ନିର୍ମାଣ କରାଯାଉଛି ।

ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିରର ପ୍ରତିଷ୍ଠା ହେବାକୁ ଯାଉଛି । ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଷ୍ଠା ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ଜାରି ରହିଛି । ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ମଧ୍ୟ 2500 ବର୍ଷ ପର୍ଯ୍ୟନ୍ତ ଯେପରି ମନ୍ଦିରର କୌଣସି କ୍ଷତି ହେବ ନାହିଁ ଏହାକୁ ଦୃଷ୍ଟିରେ ରଖି ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ କରାଯାଇଛି । ଭାରତୀୟ ସଂସ୍କୃତିକୁ ପ୍ରତିଫଳନ କରିବା ପାଇଁ ମନ୍ଦିରକୁ ନଗର ଶୈଳୀ ଓ ଅଷ୍ଟକୋଣ ଆକୃତିରେ ନିର୍ମାଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.