ETV Bharat / bharat

ଖରାଛୁଟି କାଟିବାକୁ ଆଈ ଘରକୁ ଆସିଥିଲେ, ପାଣିରେ ବୁଡି ଚାଲିଗଲା ୫ ଜୀବନ

ଖରାଛୁଟି କାଟିବାକୁ ଆଈ ଘରକୁ ଆସିଥିବା ବେଳେ ପାଣିରେ ବୁଡି ୫ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

author img

By

Published : Apr 26, 2023, 12:51 PM IST

ପାଣିରେ ବୁଡି ୫ ଜଣଙ୍କ ମୃତ୍ୟୁ
ପାଣିରେ ବୁଡି ୫ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ଖରାଛୁଟି କାଟିବାକୁ ଆଈ ଘରକୁ ଆସିଥିବା ବେଳେ ଅଘଟଣ । କେନାଲରେ ବୁଡି ୫ ଜଣଙ୍କର ମୃତ୍ୟୁ । କର୍ଣ୍ଣାଟକ ମାଣ୍ଡିୟା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳିକା ଅଛନ୍ତି । ସମସ୍ତ ମୃତକ ସମ୍ପର୍କରେ ଭାଇ-ଭଉଣୀ ହେବେ । ବର୍ତ୍ତମାନ ସୁଦ୍ଧା ପାଣି ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ଦୁଇ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ କେନାଲ ଭିତରେ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଏବେସୁଦ୍ଧା କେନାଲ ଭିତରୁ ୧୦ ବର୍ଷୀୟା ଅନିଶା ବେଗମ୍, ୨୨ ବର୍ଷୀୟା ତାସମିୟା ଓ ମେହତାବ(୧୦)ର ମୃତଦେହ ମିଳିଛି । କିନ୍ତୁ ଅଶରକ(୨୮) ଓ ଆଫିକା (୨୨) ଏବେ ବି ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ମୃତକମାନେ ବେଙ୍ଗାଲୁରୁ ସହରର ନୀଳସନ୍ଦ୍ରା ଅଞ୍ଚଳରେ ରୁହନ୍ତି । ଖରା ଛୁଟି ଥିବାରୁ ସମସ୍ତେ ମାଣ୍ଡିଆ ତାଲୁକର ହାଲେଗରରେ ଥିବା ଆଈ ଘରକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ୫ ଜଣ ମିଶି ପାଖରେ ଥିବା କେନାଲ ନିକଟକୁ ଗାଧୋଇବାକୁ ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: Hit and Drag Case: ରିକ୍ସା ଚାଳକଙ୍କୁ 200 ମିଟର ଘୋଷାଡି ନେଲା କାର

ଏତିକି ବେଳେ ମେହତାବ ପାଣିରେ ବୁଡିବାକୁ ଲାଗିଥିଲା । ତାକୁ ବଞ୍ଚାଇବାକୁ ଯାଇ ଅନ୍ୟମାନେ ମଧ୍ୟ କେନାଲକୁ ଡେଇଁ ପଡିଥିଲେ । ଯାହାଫଳରେ ସମସ୍ତେ ପାଣିରେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ଏ ଯାଏଁ ପାଣିରୁ ୩ ଜଣଙ୍କୁ ମୃତଦେହ ଠାବ ହୋଇଥିବାବେଳେ ବାକି ଦୁଇ ଜଣଙ୍କର କୌଣସି ପତ୍ତା ମିଳିନି । ଏନେଇ ସ୍ଥାନୀୟ ବସରାଲୁ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ଖୋଜାଖୋଜି ଜାରି ରହିଛି । ପୋଲିସ ମଧ୍ୟ କେନାଲ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ଏହି ଘଟଣା ସମଗ୍ର ଅଞ୍ଚଳର ଶୋକର ଛାୟା ଖେଳାଇ ଦେଇଛି ।

ଏହାମଧ୍ୟ ପଢନ୍ତୁ: ଅନଲାଇନ ଲୁଡୁ ଖେଳରୁ ମିଶିଲା ମନ: ବିହାର ପୁଅକୁ ଜୀବନସାଥୀ କଲେ ୟୁପି ଝିଅ

ଏହାମଧ୍ୟ ପଢନ୍ତୁ: ଜବାନ ଫିଲ୍ମ କ୍ଲିପ ଲିକ୍‌ ମାମଲା, ସୋସିଆଲ ମିଡିଆରୁ ଦୃଶ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ବ୍ୟୁର ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.