ETV Bharat / bharat

Congress 5 Guarantees: ଅନ୍ୟ ରାଜ୍ୟରେ ବି ଲାଗୁ ହେବ ଏହି ସୁବିଧା ! ଶିବକୁମାର ରଖିଲେ ପ୍ରତିକ୍ରିୟା - କଂଗ୍ରେସର 5 ନୂଆ ଯୋଜନା

କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟରେ ମଧ୍ୟ 5 ଗ୍ୟାରେଣ୍ଟି ଲାଗୁ ହୋଇପାରିବ। କଂଗ୍ରେସ ଏ ନେଇ ଚିନ୍ତା କରୁଥିବା କହିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 11, 2023, 7:21 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଢିବା ପରେ ଲାଗୁ କରିଛି 5 ଗ୍ୟାରେଣ୍ଟି । ତେବେ ଏହି 5ଟି ଯୋଜନାକୁ ଅନ୍ୟ ରାଜ୍ୟରେ ବି ଲାଗୁ କରିବା ନେଇ ଚିନ୍ତା କରିଛି ଦଳ । ଏହି 5ଟି ଯୋଜନା ଲାଗୁ କରିବା ଦଳ ପକ୍ଷେ କଷ୍ଟସାଧ୍ୟ ଥିଲେ ମଧ୍ୟ କର୍ଣ୍ଣାଟକରେ ଏହାକୁ ଗୋଟିଏ ପରେ ଗୋଟିଏ ଲାଗୁ କରାଯାଉଛି । ତେବେ ଆଗାମୀ ଦିନରେ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟରେ ଏହାକୁ ଲାଗୁ କରାଯାଇପାରେ ବୋଲି କହିଛନ୍ତି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ଉକ୍ତ ରାଜ୍ୟରେ ଆର୍ଥିକ ସ୍ଥିତି ଉପରେ ନିର୍ଭର କରି ଏହାକୁ ଲାଗୁ କରାଯାଇପାରିବ ବୋଲି ରବିବାର କହିଛନ୍ତି ଶିବକୁମାର ।

ଏ ନେଇ ଶିବକୁମାର ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କହିଛନ୍ତି, "ସରକାର କୋଟିକୋଟି ଅର୍ଥର କ୍ଷତି ସହି ବଡ଼ ବଡ଼ କମ୍ପାନୀର କାରବାରକୁ ସାହାଯ୍ୟ କରୁଛି, ଫଳରେ ସାଧାରଣ ଜନତାଙ୍କୁ ସହାୟତା ଯୋଗାଇ ପାରୁନାହିଁ। ଏଣୁ ଆମେ 5 ଗ୍ୟାରେଣ୍ଟି ଲାଗୁ କରିବା ଲାଗି ନିଷ୍ପତ୍ତି ନେଇଛୁ । ଦେଶର ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି, ବେରୋଜଗାର ଓ ଦାରିଦ୍ର୍ୟତା ମୁଖ୍ୟ ପ୍ରସଙ୍ଗ । କୌଣସି ବିଚାରଧାରା ସାଧାରଣ ଜନତାଙ୍କୁ ପେଟକୁ ଦାନା ଦେବ ନାହିଁ । ଏହି ମୁଖ୍ୟ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଜନତାଙ୍କ ସମସ୍ୟାର ସମାଧାନ କରିବାକୁ ହେବ। "

ଏହା ବି ପଢନ୍ତୁ- ପ୍ରତିଶୃତି ପୂରଣ କଲା କଂଗ୍ରେସ, ମହିଳାଙ୍କ ପାଇଁ ରାଜ୍ୟରେ ଆରମ୍ଭ ହେଲା ମାଗଣା ବସ୍‌ ସେବା

ଆଗାମୀ ଯେଉଁ ରାଜ୍ୟଗୁଡ଼ିକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ସେହି ରାଜ୍ୟରେ କଣ କଂଗ୍ରେସ 5 ଗ୍ୟାରେଣ୍ଟି ଲାଗୁ କରିବ ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଶିବକୁମାର କହିଥିଲେ ଯେ କର୍ଣ୍ଣାଟକରେ କଂଗ୍ରେସର ବିଜୟରେ ଏହି 5 ପ୍ରତିଶୃତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି । ତେବେ ଅନ୍ୟ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଦେଖି ଏହି 5 ଗ୍ୟାରେଣ୍ଟିକୁ ଲାଗୁ କରାଯାଇପାରିବ । କର୍ଣ୍ଣାଟକର ଆର୍ଥିକ ସ୍ଥିତି ମଜଭୁତ ରହିଛି । ଦେଶରେ ଦରଦାମ ବୃଦ୍ଧି ପାଉଥିବାରୁ ଏହି ସମୟରେ ଜନତାଙ୍କୁ କଂଗ୍ରେସ ସାହାଯ୍ୟ କରିବାକୁ ଆଗକୁ ଆସୁଛି । ଏହି 5 ଗ୍ୟାରେଣ୍ଟି ଦ୍ବାରା ସାଧାରଣ ଜନତା ଲାଭାନ୍ବିତ ହେବେ । ଅନେକ ମାତ୍ରାରେ ସେମାନେ ନିଜର ଖର୍ଚ୍ଚ କମାଇପାରିବେ ବୋଲି କହିଛନ୍ତି ଶିବକୁମାର ।

ସେପଟେ ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଜେପି ଓ ଜେଡିଏସ ହାତ ମିଳାଇଛନ୍ତି ବୋଲି କହିଛନ୍ତି ଶିବକୁମାର । କର୍ଣ୍ଣାଟକରେ ବିଜେପି ବିଜୟ ହାସଲ କରିବା ଲାଗି ଏହି ରଣନୀତି ପ୍ରସ୍ତୁତ କରିଛି । ହେଲେ ଏହା କଂଗ୍ରେସ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଧାନସଭା ନିର୍ବାଚନ ଭଳି ସାଧାରଣ ନିର୍ବାଚନରେ ମଧ୍ୟ କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହେବ । ଏଥିଲାଗି ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଶିବକୁମାର ।

କଂଗ୍ରେସର 5 ଗ୍ୟାରେଣ୍ଟି କଣ ?:- କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ୫ଟି ଯୋଜନା ଲାଗୁ କରିବା ଲାଗି ଘୋଷଣା କରିଥିଲା । ସେଗୁଡ଼ିକ ହେଉଛି ପ୍ରତି ଘର ପିଛା ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି (ଗୃହ ଜ୍ୟୋତି), ପ୍ରତି ପରିବାରର ମହିଳା ମୁଖିଆଙ୍କୁ ୨୦୦୦ ଟଙ୍କା ମାସିକ ସହାୟତା (ଗୃହ ଲକ୍ଷ୍ମୀ), ବିପିଏଲ ପରିବାରର ପ୍ରତ୍ୟେକ ସଦସ୍ୟ ପିଛା ୧୦ କେଜି ଚାଉଳ (ଅନ୍ନ ଭାଗ୍ୟ), ବେରୋଜଗାର ସ୍ନାତକ ଯୁବକଙ୍କ ଲାଗି ପ୍ରତି ମାସରେ ୩ହଜାର ଟଙ୍କା ଓ ବେରୋଜଗାର ଡିପ୍ଲୋମାଧାରୀ (୧୮-୨୫ ବର୍ଷ)ଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ୧୫୦୦ ଟଙ୍କା (ଯୁବ ନିଧି) ଏବଂ ସାର୍ବଜନିକ ପରିବହନ ବସ (ଉଚିତ ପ୍ରୟାଣ)ରେ ମହିଳାଙ୍କୁ ବିନା ଦେୟରେ ଯାତ୍ରା । କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଧୀରେଧୀରେ ନିଜ ପ୍ରତିଶୃତି ପୂରଣ କରୁଛି କଂଗ୍ରେସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.