ETV Bharat / bharat

ଛତିଶଗଡ: ଭାଲୁ ଆକ୍ରମଣରେ 2 ମହିଳାଙ୍କ ସମେତ 4 ମୃତ - ଭାଲୁ ଆକ୍ରମଣ

ଛତିଶଗଡର ସୁରଗୁଜା ଡିଭିଜନର କୋରିଆ ଜିଲ୍ଲାରେ ଭାଲୁ ଆକ୍ରମଣରେ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଭାଲୁ ଆକ୍ରମଣରେ ଚାରି ମୃତ
ଭାଲୁ ଆକ୍ରମଣରେ ଚାରି ମୃତ
author img

By

Published : Dec 7, 2020, 4:26 PM IST

ରାୟପୁର: ଭାଲୁ ଆକ୍ରମଣରେ ଚାଲିଗଲା ଚାରି ଜୀବନ । ଛତିଶଗଡର ସୁରଗୁଜା ଡିଭିଜନର କୋରିଆ ଜିଲ୍ଲାରେ ଭାଲୁ ଆକ୍ରମଣରେ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଟନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ,ରବିବାର ସନ୍ଧ୍ୟାରେ ଅଙ୍ଗୱାହି ଗାଁର କିଛି ସ୍ଥାନୀୟ ଆଦିବାସୀ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଘରକୁ ଫେରୁଥିବା ସମୟରେ ଭାଲୁ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା । ଦୁର୍ଘଟଣାର ଖବର ପାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଜଙ୍ଗଲ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଭାଲୁ ଭୟରେ କିଛି ଲୋକ ଗଛ ଉପରକୁ ଚଢି ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଚାରିଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ଜଣାପଡିଛି । ମୃତକମାନେ ହେଲେ ଫୁଲ ସାଇ, ଇଜୋରିଆ ସାଇ, ରାଜକୁମାରୀ ସାଇ ଏବଂଶିବଚାନ ସାଇ ବୋଲି ଜଣାପଡିଛି ।

ଆକ୍ରମଣ କରିଥିବା ଭାଲୁକୁ ବନବିଭାଗ ଦଳ ପ୍ରାୟ ଏକ ଘଣ୍ଟା ପରେ ଜଙ୍ଗଲ ଭିତରକୁ ଘଉଡାଇବାରେ ସକ୍ଷମ ହୋଇଥିଲେ । ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.