ETV Bharat / bharat

ଯୋଧପୁରରେ 39 CRPF ଯବାନ କୋରୋନା ସଂକ୍ରମିତ - crpf jawan tests covid-19 positive

ଯୋଧପୁରରେ ଗତକାଲି(ଶନିବାର) ସିଆରପିଏଫର 39 ଜଣ ଯବାନ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏସମସ୍ତଙ୍କୁ ସିଆରପିଏଫ ଟ୍ରେନିଂ ସେଣ୍ଟରରେ ଆଇସୋଲେସନରେ ରଖାଯାଇଛି ।

39 ଜଣ CRPF ଯବାନ କୋରୋନା ସଂକ୍ରମିତ
39 ଜଣ CRPF ଯବାନ କୋରୋନା ସଂକ୍ରମିତ
author img

By

Published : Apr 18, 2021, 10:54 AM IST

ଯୋଧପୁର: ଦେଶରେ ବିସ୍ଫୋରକ ହେବାରେ ଲାଗିଛି କୋଭିଡ ମହାମାରୀର ଦ୍ବିତୀୟ ଲହର ସଂକ୍ରମଣ । ଯାହାକୁ ଦେଖିଲେ ରାଜସ୍ଥାନର ଦ୍ବିତୀୟ ବଡ ସହର ଯୋଥପୁରରେ ମଧ୍ୟ କୋରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଯୋଧପୁରରେ ଗତକାଲି(ଶନିବାର) ସିଆରପିଏଫର 39 ଜଣ ଯବାନ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏସମସ୍ତଙ୍କୁ ସିଆରପିଏଫ ଟ୍ରେନିଂ ସେଣ୍ଟରରେ ଆଇସୋଲେସନରେ ରଖାଯାଇଛି ।

ଏହାପୂର୍ବରୁ 21 ଜଣ ଯବାନ କୋରୋନା ସଂକ୍ରମିତ ହୋଇଥିଲେ । ରାଜ୍ୟରେ କୋଭିଡ ସଂକ୍ରମଣ 12 ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଛି । ଶନିବାରରେ ଏମ୍ସ ଏବଂ ମେଡିକାଲ କଲେଜରେ 12 ଜଣ କୋରୋନାରେ ଆଖି ବୁଜିଛନ୍ତି । ଯାହାକୁ ଦେଖିଲେ ଗତ 3ଦିନ ମଧ୍ୟରେ ଯୋଧପୁରରେ 38 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଯୁବା ଏବଂ ଶିଶୁ ସଂଖ୍ୟା ବୃଦ୍ଧି ପାଉଛି ।

ତେବେ ଶନିବାର ରାଜସ୍ଥାନରେ 1265 ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଯୋଥପୁରରେ କୋରୋନାରେ ଗତ 3ଦିନ ମଧ୍ୟରେ 3 ହଜାର 200ରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସୁଛି । ଯାହାକୁ ଦେଖି ରାଜସ୍ଥାନ ସରକାର ବଢୁଥିବା ସଂକ୍ରମଣକୁ ଦେଖି କର୍ଫ୍ୟୁର ସମୟକୁ ଆହୁରୁ 2ଘଣ୍ଟା ବଢାଇ ଦିଆଯାଇଛି । ଏପ୍ରିଲ 16ରୁ 30 ଯାଁଏ ରାଜସ୍ଥାନରେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିଛି । ସଂନ୍ଧ୍ୟା 6 ରୁ ସକାଳ 6 ଯାଏଁ ଏହି ନିୟମ କଡାକଡି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.