ହାଇଦ୍ରାବାଦ: କୋରୋନା ଦ୍ବିତୀୟ ଲହରର ଭୟାବହତା ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରତିଦିନ ଦେଶରୁ 4 ଲକ୍ଷ ପାଖାପାଖି କୋରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ 4 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଭଳି ସଙ୍କଟ ସମୟରେ ଦେବଦୂତ ସାଜି ରୋଗୀଙ୍କ ସେବାରେ ନିୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀ ମଧ୍ୟ ଏଥିରୁ ବର୍ତ୍ତିନାହାଁନ୍ତି । ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଦ୍ବିତୀୟ ଲହରୀରେ ଦେଶରେ ଏଯାବତ୍ ମୋଟ ୩୨୯ ଜଣ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି ।
![କୋରୋନାର ଦ୍ବିତୀୟ ଲହରୀରେ ଏଯାବତ୍ ୩୨୯ ସ୍ବାସ୍ଥ୍ୟକର୍ମୀ ମୃତ](https://etvbharatimages.akamaized.net/etvbharat/prod-images/e105ndpvoaqcxag_2005newsroom_1621508904_188.jpg)
ଏହି ଲିଷ୍ଟରେ ବିହାରରୁ ସର୍ବାଧିକ 80 ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ଦିଲ୍ଲୀରେ 73, ଉତ୍ତରପ୍ରଦେଶରୁ 41, ଆନ୍ଧ୍ରପ୍ରଦେଶରୁ 22, ତେଲେଙ୍ଗାନାରୁ 20, ପଶ୍ଚିମବଙ୍ଗରୁ 15, ମହାରାଷ୍ଟ୍ର ଓ ଓଡିଶାରୁ 14-14, ତାମିଲନାଡୁରୁ 11, କର୍ଣ୍ଣାଟକରୁ 8, ମଧ୍ୟପ୍ରଦେଶରୁ 6, ଛତିଶଗଡ, ଆସାମ, ଜମ୍ମୁ କାଶ୍ମୀର, କେରଳ 3 ଜଣ ଲେଖାଏଁ, ଗୁଜୁରାଟ,ଗୋଆ, ହରିୟାଣା, ଉତ୍ତରାଖଣ୍ଡରୁ 2 ଜଣ ଲେଖାଏଁ ଏବଂ ଷ୍ଟେଲପୋଲରୁ ଜଣେ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ