ETV Bharat / bharat

ବର୍ବର ! ସ୍ବାମୀ-ପିଲାଙ୍କ ସାମ୍ନାରେ ୩ ମହିଳାଙ୍କୁ ଗଣଦୁଷ୍କର୍ମ

author img

By ETV Bharat Odisha Team

Published : Sep 22, 2023, 7:27 AM IST

ସ୍ବାମୀ ଓ ପିଲାଙ୍କ ଆଖି ସାମ୍ନାରେ ୩ ମହିଳାଙ୍କୁ ଗଣଦୁଷ୍କର୍ମ । ଦୁଷ୍କର୍ମ ପରେ ଗହଣା ଓ ଟଙ୍କା ନେଇ ଫେରାର୍ ହୋଇଗଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ପାନିପଥ ଜିଲ୍ଲାରେ ଗଣଦୁଷ୍କର୍ମ
ପାନିପଥ ଜିଲ୍ଲାରେ ଗଣଦୁଷ୍କର୍ମ

ଚଣ୍ଡିଗଡ଼: ହରିୟାଣାର ପାନିପଥ ଜିଲ୍ଲାରେ ଲୋମହର୍ଷଣକାରୀ କାଣ୍ଡ ଘଟିଛି । ୩ ଜଣ ମହିଳାଙ୍କୁ ସେମାନଙ୍କ ସ୍ବାମୀ ଓ ପିଲାଙ୍କ ସାମ୍ନାରେ ଗଣଦୁଷ୍କର୍ମ କରାଯାଇଛି । ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମହିଳାମାନଙ୍କ ଘରେ ପଶି ସ୍ବାମୀ ଓ ପିଲାଙ୍କୁ ଦଉଡ଼ିରେ ବାନ୍ଧି ସମସ୍ତଙ୍କ ଆଖି ସାମ୍ନାରେ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାମାନଙ୍କ ବୟସ ୨୪, ୨୫ ଓ ୩୫ ବର୍ଷ ହେବ । ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତମାନେ ପୀଡିତାମାନଙ୍କଠାରୁ ଗହଣା ଓ ଟଙ୍କା ଛଡାଇ ନେଇ ଫେରାର୍ ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।

ଜଣେ ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ସେମାନେ ରାତିରେ ନିଜ ଘରେ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ପ୍ରଥମେ ୩ ମହିଳାଙ୍କ ସ୍ବାମୀ ଓ ପିଲାଙ୍କୁ ଦଉଡ଼ିରେ ବାନ୍ଧି ଗୋଟିଏ ରୁମ୍‌ରୁ ନେଇଥିଲେ । ଏହାପରେ ମହିଳାମାନଙ୍କୁ ସେହି ରୁମ୍‌ ସାମ୍ନା ବାରଣ୍ଡାକୁ ଘୋଷାଡି ନେଇ ଦୁଷ୍କର୍ମ କରିଥିଲେ । ସକାଳ ୪ଟା ପର୍ଯ୍ୟନ୍ତ ଏହି ପାଶବିକତାର ଶିକାର ହୋଇଥିଲେ ପୀଡ଼ିତା । ଦୁର୍ବୃତ୍ତମାନଙ୍କ ପାଖରେ ଛୁରୀ ଓ ପିସ୍ତଲ ଥିଲା । ପାଟି କଲେ ପୀଡ଼ିତାଙ୍କୁ ଜୀବନରୁ ମାରି ଦେବାକୁ ସେମାନେ ଧମକାଇ ଥିଲେ । ଏହାପରେ ଗହଣା ଓ ଟଙ୍କା ଲୁଟି ଚମ୍ପଟ୍‌ ମାରିଥିଲେ । ଏନେଇ ଜଣେ ପୀଡିତା ଗାଁ ମୁଖିଆଙ୍କୁ କହିବା ପରେ ସେ ପୋଲିସକୁ ଖବର ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: କିଛିଦିନ ପରେ ପଡିଥାନ୍ତା ହାତଗଣ୍ଠି, ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା !

ପୋଲିସର କହିବା ଅନୁସାରେ, ଦୁର୍ବୃତ୍ତମାନେ ଫେରାର୍ ହେବା ସମୟରେ ସେହି ଗାଁର ଆଉ ଜଣଙ୍କ ଘରେ ପଶି ୫ ହଜାର ଟଙ୍କା ଲୁଟିବା ସହିତ ଘର ମାଲିକର ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଆହତ ହେବା କାରଣରୁ କିଛି ସମୟ ପରେ ସେହି ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଏଯାଏଁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ ।

ମାସକ ପୂର୍ବରୁ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ସେମାନେ ରହୁଥିବା ସ୍ଥାନ ଖାଲି କରିବାକୁ ଧମକ ଦିଆଯାଇଥିଲା । ତେଣୁ ଧମକ ଦେଇଥିବା ବ୍ୟକ୍ତିମାନେ ହିଁ ଏହି କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ଛାନଭିନ୍ ଜାରି ରଖିଛି । ପୀଡ଼ିତାମାନଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମାଇନା ପାଇଁ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.