ETV Bharat / bharat

ୟୁପିରେ ଭାଙ୍ଗିଲା ନିର୍ମାଣଧୀନ କୋଠା; 3 ମୃତ, 12 ଆହତ

ଉତ୍ତରପ୍ରଦେଶର କାଶଗଞ୍ଜ ଜିଲ୍ଲାର କୋତବାଲି ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ଭାଙ୍ଗି 3 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : May 23, 2021, 1:02 PM IST

ୟୁପିରେ ଭାଙ୍ଗିଲା ନିର୍ମାଣଧୀନ କୋଠା; 3 ମୃତ, 12 ଆହତ
ୟୁପିରେ ଭାଙ୍ଗିଲା ନିର୍ମାଣଧୀନ କୋଠା; 3 ମୃତ, 12 ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ରବିବାର ନିର୍ମାଣଧୀନ କୋଠାର ଗୋଟିଏ ପାର୍ଶ୍ବ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 12 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

କାଶଗଞ୍ଜ ଜିଲ୍ଲା ଜନପଦର ସଦର କୋତବାଲି ଅଞ୍ଚଳରେ ରାଜିବ ବିଡଲା ନାମକ ଜଣେ ଦୋକାନୀଙ୍କ ଦୋକାନ ନିର୍ମାଣ କାର୍ଯ୍ୟ ହେଉଥିଲା । ତେବେ ଏହି ସମୟରେ ଦୋକାନର ସଟର ପକାଇବା ସମୟରେ ନିର୍ମାଣଧୀନ କୋଠାର ଗୋଟିଏ ପାର୍ଶ୍ବ ଭାଙ୍ଗିପଡିଥିଲା । ଫଳରେ ଏହା ତଳେ ଦୋକାନୀଙ୍କ ଭାଇ କୁଲଦୀପ ବିଡଲାଙ୍କ ସମେତ ଅନ୍ୟ କିଛି ଲୋକ ପୋତି ହୋଇଯାଇଥିଲେ । ଏହି ଘଟଣାଟି ହଠାତ ଘଟିବା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା ।

ଖବର ପାଇବା ପରେ ପ୍ରଶାସନର ଉଦ୍ଧାରକାରୀ ଦଳ ସେଠାରୁ 12 ଜଣଙ୍କୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ ଦୋକାନୀଙ୍କ ଭାଇ କୁଲଦୀପଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ମଧ୍ୟ ପ୍ରଶାସନର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେଠାରେ ଏସପି ଆଦିତ୍ୟ ପ୍ରକାଶ ବର୍ମାଙ୍କ ସହିତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.