ETV Bharat / bharat

ବଜ୍ରପାତରେ 27 ମୃତ, 2 ଲକ୍ଷ ସହାୟତା ରାଶି ଘୋଷଣା

ବଜ୍ରପାତରେ ପଶ୍ଚିମବଙ୍ଗର 27 ଜଣଙ୍କ ଅକାଳ ମୃତ୍ୟୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ବଜ୍ରପାତରେ 27 ମୃତ, 2 ଲକ୍ଷ ସହାୟତାରାଶି ଘୋଷଣା

author img

By

Published : Jun 8, 2021, 9:01 AM IST

Updated : Jun 8, 2021, 9:06 AM IST

କୋଲକାତା: ବଜ୍ରପାତରେ ପଶ୍ଚିମବଙ୍ଗର 27 ଜଣଙ୍କ ପ୍ରାଣହାନୀ ଘଟିଛି । ରାଜ୍ୟ ବିପର୍ଯ୍ୟୟ କତ୍ତୃପକ୍ଷଙ୍କ ପ୍ରାଥମିକ ସୂଚନା ଅନୁଯାୟୀ ମୁରଶିଦାବାଦ, ହୁଗୁଳି ଏବଂ ପୂର୍ବ ମେଦିନପୁର ଅଞ୍ଚଳର 20 ଜଣ ବ୍ୟକ୍ତି ବଜ୍ରପାତରେ ମୃତ ହୋଇଛନ୍ତି ।

ତେବେ ହୁଗୁଳିରୁ 11, ମୁରଶିଦାବାଦରୁ 9, ବଙ୍କୁରାରୁ, ପୂର୍ବ ମେଦିନପୁର ପଶ୍ଚିମ ମେଦିନପୁରରୁ 2 ଜଣ ଏବଂ ନଦିଆରୁ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ 50 ହଜାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣାର ଗଭୀର ସମବେଦନା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, 'ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବଜ୍ରପାତ କାରଣରୁ 27 ବ୍ୟକ୍ତିଙ୍କ ପ୍ରାଣହାନୀ ଅତ୍ୟନ୍ତ ଦୁଃଖଦାୟକ । ଯେଉଁମାନେ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ଆନ୍ତରିକ ସମବେଦନା । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 8, 2021, 9:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.