ବେଙ୍ଗାଲୁରୁ: ପୁଣି ଲଜ୍ଜା। କର୍ଣ୍ଣାଟକର ବାସଭକଲ୍ୟାଣରେ ଘଟିଛି ଅଭାବନୀୟ ଘଟଣା। ଜଣେ 3 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ବାସଭକଲ୍ୟାଣର ଗ୍ରାମାଞ୍ଚଳ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଗାଁରେ ଘଟିଛି । ସେଠାରେ 22 ବର୍ଷର ଜଣେ ଯୁବକ ଉକ୍ତ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁ କନ୍ୟାର ପିତାମାତା ହୁନାନାବାଦର ତାଲୁକରେ ଶ୍ରମିକ ଭାବରେ କାମ କରନ୍ତି ।
ତେବେ ସେମାନେ ଜମିରେ କାମ କରୁଥିବା ବେଳେ ପଡ଼ୋଶୀ ଯୁବକ ଶନିବାର ସନ୍ଧ୍ୟାରେ ଶିଶୁକୁ ଘରକୁ ଡାକି ଦୁଷ୍କର୍ମ କରିଥିଲା । ଏନେଇ ନାବାଳିକାର ପିତାମାତା ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଅଭିଯୁକ୍ତ ଫେରାର ଥିବା ଜଣା ପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ