ETV Bharat / bharat

Another Super 22 ! DSP ବିକାଶଙ୍କ 22 ଛାତ୍ର ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ

author img

By

Published : Jun 1, 2022, 10:31 PM IST

ମାଗଣାରେ ଶିକ୍ଷାଦାନ କରୁଥିବା DSP ବିକାଶ ଚନ୍ଦ୍ର ଶ୍ରୀବାସ୍ତବଙ୍କ 22 ଛାତ୍ର ଝାଡଖଣ୍ଡ ନାଗରିକ ସେବା ପରୀକ୍ଷାରେ କୃତକାର୍ଯ୍ୟ । ଅଧିକ ପଢନ୍ତୁ

Another Super 22 ! DSP ବିକାଶଙ୍କ 22 ଛାତ୍ର ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ
Another Super 22 ! DSP ବିକାଶଙ୍କ 22 ଛାତ୍ର ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ

ରାଞ୍ଚି: ମାଗଣାରେ ଶିକ୍ଷାଦାନ କରୁଥିବା DSP ବିକାଶ ଚନ୍ଦ୍ର ଶ୍ରୀବାସ୍ତବଙ୍କ 22 ଛାତ୍ର ଝାଡଖଣ୍ଡ ନାଗରିକ ସେବା ପରୀକ୍ଷାରେ କୃତକାର୍ଯ୍ୟ(JPSC) । DSP ବିକାଶଙ୍କ ତତ୍ତ୍ବାବଧାନରେ ପଢୁଥିବା ଗରିବ ଶ୍ରେଣୀର ପିଲାମାନେ JPSC ପରୀକ୍ଷାରେ ଉଚ୍ଚ ପଦବୀ ହାସଲ କରିଛନ୍ତି । ଯେଉଁଥିରେ DSP ରେ 4, JAS ରେ 3, ଶିକ୍ଷା କ୍ଷେତ୍ରରେ 7 ଏବଂ ମ୍ୟୁନିସିପାଲିଟିରେ 7 ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଏଥିମଧ୍ୟରୁ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଦୁଇ ଛାତ୍ର ଅଭିନବ କୁମାର ଏବଂ ଭୋଲା ପାଣ୍ଡେ ମଧ୍ୟ DSP ବିକାଶଙ୍କ ଠାରୁ ଶିକ୍ଷା ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଡିଏସପି ବିକାଶ ଚନ୍ଦ୍ର ଖୁସି ବ୍ୟକ୍ତ କରିଛନ୍ତି ।

ତେବେ ଝାଡ଼ଖଣ୍ଡ ପୋଲିସର ଡିଏସପି ପଦବୀରେ କାର୍ଯ୍ୟ କରୁଥିବା ବିକାଶ ଚନ୍ଦ୍ର ଶ୍ରୀବାସ୍ତବ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରନ୍ତି । ବିକାଶ ଶ୍ରୀବାସ୍ତବ, ବର୍ତ୍ତମାନ ରାଞ୍ଚି ସଦର ଏବଂ ଦେଓଗରରେ SDPO ଭାବରେ କାର୍ଯ୍ୟ କରିଛନ୍ତି । ସେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରିଥାନ୍ତି । ଶ୍ରୀବାସ୍ତବ UPSC, JPSP, Bank ସହିତ ଜଡିତ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ପ୍ରଦାନ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.