ETV Bharat / bharat

Ukraine war: ୨ ହଜାର ସାଧାରଣ ନାଗରିକ ପ୍ରାଣ ହରାଇଥିବା ୟୁକ୍ରେନର ଦାବି

author img

By

Published : Mar 2, 2022, 10:39 PM IST

ଋଷ ଆକ୍ରମଣରେ ଏବେ ସୁଦ୍ଧା ପ୍ରାଣ ହରାଇଲେଣି ୨ ହଜାରରୁ ଊର୍ଦ୍ଧ୍ବ ୟୁକ୍ରେନୀୟ ସାଧାରଣ ନାଗରିକ । ଦାବି କଲା ୟୁକ୍ରେନର ରାଜ୍ୟ ଜରୁରୀକାଳୀନ ସେବା ବିଭାଗ । ଅଧିକରୁ ଅଧିକ ଜନବସତିକୁ ଋଷସେନା ଆକ୍ରମଣ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

Ukraine war: ଋଷ ଆକ୍ରମଣରେ ପ୍ରାଣ ୨ ହଜାର ସାଧାରଣ ନାଗରିକ ପ୍ରାଣ ହରାଇଥିବା ୟୁକ୍ରେନର ଦାବି

ନୂଆଦିଲ୍ଲୀ: ଋଷର ଆକ୍ରମଣରେ ପ୍ରାୟ 2,000 ୟୁକ୍ରେନୀୟ ନାଗରିକ ପ୍ରାଣ ହରାଇଛନ୍ତି । ୟୁକ୍ରେନର ଜରୁରୀକାଳୀନ ସେବା ବିଭାଗ ଆଜି (ବୁଧବାର) ଏପରି ସୂଚନା ସାମ୍ନାକୁ ଆଣିଛି । ସଂସ୍ଥା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଋଷ ସେନାକୁ ପ୍ରତିହତ କରିବାକୁ ଲାଗିଥିବା ୟୁକ୍ରେନୀୟ ଡିଫେଣ୍ଡରଙ୍କ ସମେତ ମୋଟ ୨ ହଜାରରୁ ଊର୍ଦ୍ଧ୍ବ ସାଧାରଣ ନାଗରିକ ପ୍ରାଣ ହରାଇ ସାରିଲେଣି ।ଋଷ ସେନା ପକ୍ଷରୁ ସାଧାରଣ ଜନବସତି, ଓ ଆବାଶିକ ଅଟ୍ଟାଳିକାକୁ ଟାର୍ଗେଟ କରି ମିସାଇଲ ମାଡ କରାଯାଉଛି । ଫଳରେ ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ତେବେ ମିଳିତ ଜାତିସଂଘର ମାନବ ଅଧିକାର ଆୟୋଗ ଗତକାଲି (ମଙ୍ଗଳବାର) ୟୁକ୍ରେନରେ ସଧାରଣ ନାଗରିକଙ୍କ ମୃତ୍ୟୁ ନେଇ ରିପୋର୍ଟ ପ୍ରକାଶିତ କରିଥିଲା । ତେବେ ଉକ୍ତ ରିପୋର୍ଟ ତୂଳନାରେ ଏହି ସଂଖ୍ୟା ଢେର ଅଧିକ ବୋଲି ଉକ୍ତ ୟୁକ୍ରେନୀୟ ସଂସ୍ଥା ପକ୍ଷରୁ ଦାବି କରାଯାଇଛି । ମିଳିତ ଜାତିସଂଘ କହିଛି ଯେ ୟୁକ୍ରେନରେ 500 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରେ ୟୁକ୍ରେନୀୟ ସହରରେ 400ରୁ ଊର୍ଦ୍ଧ୍ବ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

ରାଜଧାନୀ କିବର ନିକଟତର ହେବାପରେ ଋଷ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି । ଆଜି ଦେଶର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ପ୍ରମୁଖ ଅଟ୍ଟାଳିକା ଓ ସରକାରୀ କାର୍ଯ୍ୟାଳୟକୁ ଆକ୍ରମଣ କରାଯାଇଥିଲା । ଏଥିରେ ସହରରେ ବ୍ୟାପକ କ୍ଷୟକ୍ଷତି ହେବା ସହ ସଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଋଷର ପ୍ରଚଣ୍ଡ ଆକ୍ରମଣ ଜାରି ରହିଥିବା ବେଳେ ରାତି ସୁଦ୍ଧା ଋଷ ସେନା ଖାର୍କିଭ ସହରକୁ ନିୟନ୍ତ୍ରଣକୁ ନେଇପାରେ ବୋଲି ଅନୁମାନ କରାଯାଉଛି ।

ଖାର୍କିଭ ପରେ ରାଜଧାନୀ କିବ ଅଭିମୁଖେ ଅଗ୍ରସର ହୋଇ ସେଠାରେ ମଧ୍ୟ ଋଷ ସେନା ଭୟଙ୍କର ଆକ୍ରମଣ ଆରମ୍ଭ କରିବାର ଆଶଙ୍କା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଅନ୍ୟପଟେ ସାଧାରଣ ୟୁକ୍ରେନୀୟ ନାଗରିକ ମଧ୍ୟ ହାତରେ ମେସିନ ଗନ ଧରି ମୁକାବିଲା ପାଇଁ ପ୍ରସ୍ତୁୁତ ଥିବାରୁ ମୃତାହତଙ୍କ ସଂଖ୍ୟା ମଧ୍ୟ ବଢିବା ନେଇ ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.