ଭୋପାଲ: ସୀମା ଟପିଲା ବର୍ବରତା । ମଧ୍ୟ ପ୍ରଦେଶ ଇନ୍ଦୋରରେ ଚୋରି ଅଭିଯୋଗରେ ଦୁଇ ନାବାଳକ ଶ୍ରମିକଙ୍କୁ ଟ୍ରକରେ ବାନ୍ଧି ଘୋଷାଡିଲେ ଉତ୍ୟକ୍ତ ବ୍ୟବସାୟୀ (Teens Accused Of Theft Tied To Truck)। ଦିନ ଦ୍ବିପ୍ରହରେ ଭିଡ ବଜାରରେ ଏପରି ଅମାନବୀୟ କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା କେହି ବିରୋଧ ମଧ୍ୟ କରିନଥିଲେ । ଦୁଇ ନାବାଳକଙ୍କ ଗୋଡ ଟ୍ରକରେ ବାନ୍ଧି ପୁରା ହାଟରେ ଘୋଷାଡି ଥିଲେ ସୁଦ୍ଧା କେହି ପ୍ରତିବାଦ କରିନଥିଲେ । ଯାହାର ଲୋମଟାଙ୍କୁରା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
-
MP: 2 boys beaten, dragged by vehicle for theft in Indore
— ANI MP/CG/Rajasthan (@ANI_MP_CG_RJ) October 29, 2022 " class="align-text-top noRightClick twitterSection" data="
A video of 2 minor boys getting beaten up went viral, incident occurred at 8am today. These boys were caught by workers nearby, stealing from a car. Medical exam underway; we'll take further action on basis of probe: ACP pic.twitter.com/32aQDaCt1C
">MP: 2 boys beaten, dragged by vehicle for theft in Indore
— ANI MP/CG/Rajasthan (@ANI_MP_CG_RJ) October 29, 2022
A video of 2 minor boys getting beaten up went viral, incident occurred at 8am today. These boys were caught by workers nearby, stealing from a car. Medical exam underway; we'll take further action on basis of probe: ACP pic.twitter.com/32aQDaCt1CMP: 2 boys beaten, dragged by vehicle for theft in Indore
— ANI MP/CG/Rajasthan (@ANI_MP_CG_RJ) October 29, 2022
A video of 2 minor boys getting beaten up went viral, incident occurred at 8am today. These boys were caught by workers nearby, stealing from a car. Medical exam underway; we'll take further action on basis of probe: ACP pic.twitter.com/32aQDaCt1C
ତେବେ ଭିଡିଓ ଭାଇରାଲ ହେବା ପରେ ଆକ୍ସନମୋଡକୁ ଆସିଛି ସ୍ଥାନୀୟ ପୋଲିସ । ଏକ ମାମଲା ରୁଜୁ କରାଯାଇ ଏପରି କାଣ୍ଡ ଭିଆଇଥିବା ଅଭିଯୁକ୍ତ ବ୍ୟବସାୟୀଙ୍କୁ ଚିହ୍ନଟ କରି ଗିରଫ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପୋଲିସ କହିଛି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓଟି ଚୋଇତ୍ରାମ ପରିବା ହାଟର ବୋଲି କୁହାଯାଉଛି । ସୂଚନା ଅନୁସାରେ, ଦୁଇ ଜଣ ବ୍ୟବସାୟୀ ଏହି ଦୁଇ ନାବାଳକଙ୍କ ବିରୋଧରେ ଟଙ୍କା ଚୋରିର ଅଭିଯୋଗ ଆଣିଥିଲେ । ଟ୍ରକରୁ ମାଲ ଅଲୋଡ କରିବା ସମୟରେ ଉଭୟ ଚୋରି କରିଥିବା ସନ୍ଦେହରେ ସମ୍ପୃକ୍ତ ଦୁଇ ବ୍ୟବସାୟୀ ଓ ଟ୍ରକ ଡ୍ରାଇଭର ମିଶି ଉଭୟ ନାବାଳକଙ୍କୁ ଟ୍ରକରେ ବାନ୍ଧିବା ସହ ଟ୍ରକ ଚଳାଇ ଘୋଷାଡି ନେଇଥିଲେ ।
ପରେ ଭାଇରାଲ ଭିଡିଓ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ପୋଲିସ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉଭୟ ନାବାଳ ପୀଡିତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଥାନାକୁ ନିଆଯାଇଛି । ସେମାନେ ଆହତ ମଧ୍ୟ ହୋଇଛନ୍ତି । ପ୍ରାଥମିକ ଜେରା କରିବା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । ଉଭୟ ନାବାଳଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା ସ୍ଥାନୀୟ ପୋଲିସ କହିଛନ୍ତି ।