ETV Bharat / bharat

ଚାଷୀ ନେତା ଟିକାୟତଙ୍କୁ ଆକ୍ରମଣ ଘଟଣା; ଏବିଭିପିର ନେତା ସମେତ 14 ଗିରଫ - assault of tikait convoy arrested

ଚାଷୀ ନେତା ରାକେଶ ଟିକାୟତଙ୍କୁ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଏବିଭିପି ନେତା କୁଲଦୀପ ସିଂ ଯାଦବଙ୍କ ସମେତ 14 ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଚାଷୀ ନେତା ଟିକାୟତଙ୍କୁ ଆକ୍ରମଣ ଘଟଣା
ଚାଷୀ ନେତା ଟିକାୟତଙ୍କୁ ଆକ୍ରମଣ ଘଟଣା
author img

By

Published : Apr 3, 2021, 11:00 AM IST

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଷୀ ନେତା ରାକେଶ ଟିକାୟତଙ୍କୁ ଆକ୍ରମଣ ଘଟଣା । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏବିଭିପି ନେତା କୁଲଦୀପ ସିଂ ଯାଦବଙ୍କ ସମେତ 14 ଜଣକୁ ଗିରଫ କରିଛି ପୋଲିସ । ଟିକାୟତଙ୍କୁ ସ୍ବାଗତ କରିବା ବାହାନାରେ ଆକ୍ରମଣ କରାଯାଇଥିଲା ।

ଅଭିଯୋଗ ମୁତାବକ, ଗତ ଶୁକ୍ରବାର ଟିକାୟତଙ୍କ କନଭୟକୁ 33 ଜଣ ଆକ୍ରମଣ କରିଥିଲେ । ଟିକାୟତଙ୍କୁ ସ୍ବାଗତ କରିବା ବାହାନାରେ ତାଙ୍କ କାର କାଚ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଏନେଇ ଟିକାୟତ ଟ୍ବିଟ କରି ସୂଚନା ଦେଇଥିଲେ ।

ଟିକାୟତ ଟ୍ବିଟ କରି କହିଥିଲେ, ରାଜସ୍ଥାନର ଅଲୱର ଜିଲ୍ଲାରେ ବିଜେପିର କିଛି ଗୁଣ୍ଡା ତାଙ୍କ କନଭୟ ଉପରକୁ ଆକ୍ରମଣ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଗଣତନ୍ତ୍ରର ହତ୍ୟା । ଟିକାୟତ ଆହୁରି କହିଛନ୍ତି, ତାଙ୍କ ଗାଡିର କାଚକୁ ଭାଙ୍ଗି ଦିଆଯାଇଛି । ବିଜେପି କିଛି ବିଧାୟକଙ୍କୁ ପଠାଇଥିଲା । ସେମାନେ ଆମର ସମର୍ଥକଙ୍କୁ ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ର ଚାଷୀ ଆଇନକୁ ବିରୋଧ କରି ଦିଲ୍ଲୀର ସୀମାରେ ଦୀର୍ଘ 4 ମାସ ହେବ ଧାରଣରେ ବସିଛନ୍ତି ଚାଷୀ । ଆଇନ ରଦ୍ଦ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ବୋଲି ଚାଷୀ ନେତା ଚେତାବନୀ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.