ETV Bharat / bharat

26/11 Attack: ୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୩ ବର୍ଷ

author img

By

Published : Nov 26, 2021, 11:01 AM IST

ଆଜି ମୁମ୍ବାଇ ଆକ୍ରମଣକୁ( 26/11 Attack) ୧୩ ବର୍ଷ ପୁରିଛି । ଲୋମହର୍ଷଣକାରୀ 26/11 ଆତଙ୍କୀ ଆକ୍ରମଣକୁ ପୂରିଛି 13 ବର୍ଷ । ହେଲେ ଲିିଭିନି ଲୁହ, ହଜିନି ଦୁଃଖ । ଆଜିବି ଥରି ଉଠୁଛି ହୋଟେଲ ତାଜ୍ । ଅଧିକ ପଢନ୍ତୁ

୨୬/୧୧ ଆକ୍ରମଣକୁ ୧୩ ବର୍ଷ
୨୬/୧୧ ଆକ୍ରମଣକୁ ୧୩ ବର୍ଷ

ମୁମ୍ବାଇ: ଆଜି ମୁମ୍ବାଇ ଆକ୍ରମଣକୁ( Mumbai Attack) ୧୩ ବର୍ଷ ପୁରିଛି । ଲୋମହର୍ଷଣକାରୀ 26/11 ଆତଙ୍କୀ ଆକ୍ରମଣକୁ (26/11 attack) ପୂରିଛି 1୩ ବର୍ଷ । ହେଲେ ଲିିଭିନି ଲୁହ, ହଜିନି ଦୁଃଖ । ଆଜିବି ଥରି ଉଠୁଛି ହୋଟେଲ ତାଜ୍ । ଆଜକୁ ଠିକ୍ ୧୩ ବର୍ଷ ତଳେ ଅର୍ଥାତ ୨୦୦୮ ମସିହା ଆଜିର ଦିନରେ ସୀମା ଅତିକ୍ରମ କରି ମାୟାନଗରୀକୁ ଦୋହଲାଇ ଦେଇଥିଲେ ଆତଙ୍କବାଦୀ । ମୁମ୍ବାଇରେ ତାଣ୍ଡବ ରଚିଥିଲେ ଆତଙ୍କୀ । ଚାରିଆଡେ ପଡି ରହିଥିଲା ଖାଲି ମୃତଦେହ । ସେହି ଛାତିଥରା ଘଟଣା ଆଜି ପ୍ରତିଟି ଲୋକଙ୍କ ମନରେ ତାଜା ହୋଇ ରହିଛି।

ସମୟ ୨୦୦୮, ୨୬ ନଭେମ୍ବର ସନ୍ଧ୍ୟା । ହଠାତ ମାୟାନଗରୀରର ଏକ ଗଳି ଥରି ଉଠିଥିଲା । ଘଟଣା ଏତେ ଭୟଙ୍କର ବୋଲି କେହି ସ୍ବପ୍ନରେ ବି ଭାବି ନଥିବେ । ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ୧୦ ଆତଙ୍କୀ ମୁମ୍ବାଇ ଛାତିରେ ଛିଡ଼ା ହୋଇ ପାଖାପାଖି ୪ ଦିନ ଧରି ୧୨ଟି ଭୟଙ୍କର ହମଲା କରିଥିଲେ। ମୁମ୍ବାଇର ତାଜମହଲ ହୋଟେଲ ପ୍ୟାଲେସ୍, ନରୀମନ୍ ହାଉସ୍, ମେଟ୍ରୋ ସିନେମା ଓ ଛତ୍ରପତି ଶିବାଜୀ ଟର୍ମିନାଲ ସମେତ ଅନ୍ୟ ସ୍ଥାନରେ ହୋଇଥିବା ଏହି ଆକ୍ରମଣରେ ୧୫ ଦେଶର ୧୬୬ ଜଣ ପ୍ରାଣ ହରାଇଥିବାବେଳେ ୩୦୦ ଜଣ ଆହତ ହୋଇଥିଲେ ।

ଏହି ବିସ୍ଫୋରଣରେ ଏକମାତ୍ର ଆତଙ୍କୀ ଭାବେ କସାବକୁ ଗିରଫ କରାଯାଇଥିଲା। ସେ ଆତଙ୍କୀ ସମ୍ବନ୍ଧିତ କିଛି ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଥିଲା। ପାକିସ୍ତାନରେ ଥିବା ଲସ୍କର ଓ ଅନ୍ୟ ମଡ୍ୟୁଲ୍ ଏହି ଆକ୍ରମଣର ଯୋଜନା, ସଂଯୋଜନା ଓ ଅପରେସନ୍ ପ୍ରସ୍ତୁତ ହୋଇଥିବା କହିଥିଲା କସାବ। ଦେଶର ଗୁଇନ୍ଦା ସଂସ୍ଥାକୁ ଦିଆଯାଇଥିବା ତଥ୍ୟରେ କସାବ କହିଥିଲା ଯେ ସମସ୍ତ ଆକ୍ରମଣକାରୀ ପାକିସ୍ତାନରୁ ଆସିଥିଲେ ।

ଏହି ଦିନରେ ଅନେକ ଲୋକ ନିଜ ପରିବାର ପ୍ରିୟଜନକୁ ହରାଇବା ସହ ସୁରକ୍ଷାକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇଥିଲେ । ଏହି ଦିନକୁ କେବେ ଭୁଲି ହେବନାହିଁ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀଙ୍କ ଏହି ଆକ୍ରମଣକୁ ପଣ୍ଡ କରିବାକୁ ୨୦୦ ଏନଏସଜି କମାଣ୍ଡୋ ଓ ସେନାର ୫୦ କମାଣ୍ଡୋଙ୍କୁ ମୁମ୍ବାଇ ପଠାଯାଇଥିଲା । ଏହାଛଡା ସେନାର ପାଞ୍ଚ ଫୋର୍ସ ଅପରେସନରେ ନିଯୁକ୍ତ ହୋଇଥିଲେ । ଆକ୍ରମଣରେ ନୌସେନାକୁ ମଧ୍ୟ ସଜାଗ କରାଯାଇଥିଲା ।

ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦଙ୍କ ନେତୃତ୍ବରେ ଲସ୍କର-ଏ-ତୋଏବା 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଜମାତ । ଲସ୍କର-ଏ-ତୋଏବାର ଟପ କମାଣ୍ଡର ଜକିଉର ରହମାନ ଲଖଭୀକୁ ଏହି ଆକ୍ରମଣ ମାମଲାରେ 15 ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.