ETV Bharat / bharat

ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ୧୨ତମ ସାମରିକ ବୈଠକ - ଭାରତ ଓ ଚୀନ

ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ଜାରି ରହିଛି ଅସହମତି । ଏହି ପରିପ୍ରେକ୍ଷୀରେ ଆଜି ଭାରତ ଓ ଚୀନ ମଧ୍ୟରେ ୧୨ ତମ ସାମରିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଭାରତ ଓ ଚୀନ ସୀମାର ଗୋଗ୍ରା ଏବଂ ହଟସ୍ପ୍ରିଙ୍ଗ ଅଞ୍ଚଳକୁ ନେଇ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ୧୨ତମ ସାମରିକ ବୈଠକ

author img

By

Published : Jul 31, 2021, 7:58 PM IST

ନୂଆଦିଲ୍ଲୀ: ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ଜାରି ରହିଛି ଅସହମତି । ଏହି ପରିପ୍ରେକ୍ଷୀରେ ଆଜି ଭାରତ ଓ ଚୀନ ମଧ୍ୟରେ ୧୨ ତମ ସାମରିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତ ଓ ଚୀନ ସୀମାର ଗୋଗ୍ରା ଏବଂ ହଟସ୍ପ୍ରିଙ୍ଗ ଅଞ୍ଚଳକୁ ନେଇ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବ ଲଦାଖରେ ସଂଘର୍ଷ ପରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ଆଗକୁ ନେବାକୁ ଲକ୍ଷ୍ୟ ରଖି ଭାରତ ଏବଂ ଚୀନ ଦ୍ବାଦଶ ରାଉଣ୍ଡ ସାମରିକ ଆଲୋଚନା ଚାଲିଛି । ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୀର୍ଘ ୧୪ ମାସ ହେଲା ଭାରତ ଓ ଚୀନ ମଧ୍ୟରେ ସାମରିକସ୍ତରୀୟ ଆଲୋଚନା ଜାରି ରହିଛି । ଭାରତ ଓ ଚୀନ ମଧ୍ୟରେ ଏଲଏସିର ସେପାଖ ଚୀନର ମୋଲ୍ଡରେ ଅନୁଷ୍ଠିତ ହେଉଛି ୧୨ ତମସାମରିକ ବୈଠକ । ଏକ ସୂତ୍ରରୁ ଜଣାପଡିଛି ଯେ ନିର୍ଦ୍ଧାରିତ ସମୟ ସକାଳ 10.30 ରେ ଆରମ୍ଭ ହୋଇଥିଲା। ଆଲୋଚନା ବିଷୟରେ ସୂତ୍ରରୁ ପ୍ରକାଶ ଯେ ହଟ୍ ସ୍ପ୍ରିଙ୍ଗ ଏବଂ ଗୋଗ୍ରାଠାରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାରେ ଭାରତ ସକରାତ୍ମକ ଫଳାଫଳ ଆଶା କରୁଛି।

ତିନି ମାସ ପରେ ଏହି ରାଉଣ୍ଡ ଆଲୋଚନା ଚାଲିଛି | ଏହାପୂର୍ବରୁ ଏକାଦଶ ରାଉଣ୍ଡ ସାମରିକ ଆଲୋଚନା ଏପ୍ରିଲ 9 ରେ LAC ର ଭାରତ ପାର୍ଶ୍ବରେ ଥିବା ଚୁସୁଲ ସୀମା ପଏଣ୍ଟରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଥିଲେ। ଶେଷ ରାଉଣ୍ଡ ସାମରିକ ଆଲୋଚନାରେ ହଟ୍ ସ୍ପ୍ରିଙ୍ଗ, ଗୋଗ୍ରା ଏବଂ ଡେପସାଙ୍ଗରେ ସୈନ୍ୟ ପ୍ରତ୍ୟାହାର କରି ଏହି ଅଞ୍ଚଳର ଉତ୍ତେଜନାକୁ ହ୍ରାସ କରିବା ଉଦ୍ଦେଶ୍ୟ ନେଇ ଉଭୟ ପକ୍ଷ ଆଲୋଚନା କରିଥିଲେ। ତେବେ ସୈନ୍ୟ ପ୍ରତ୍ୟାହାର ଦିଗରେ ଆଉ କୌଣସି ଅଗ୍ରଗତି ହୋଇପାରି ନାହିଁ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.