ETV Bharat / bharat

ବିହାରରେ ବଢୁଛି ମୃତ୍ୟୁସଂଖ୍ୟା, ବିଷାକ୍ତ ମଦ ନେଲାଣି ୧୨ ଜୀବନ ! - ବିହାର ନାଳନ୍ଦାରେ ଅଘଟଣ

ବିହାର ନାଳନ୍ଦାରେ ୧୨ ଜଣଙ୍କ ମୃତ୍ୟୁ । ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

ବିଶାକ୍ତ ମଦ ପିଇ ନାଳନ୍ଦାରେ ୧୨ ମୃତ
ବିଶାକ୍ତ ମଦ ପିଇ ନାଳନ୍ଦାରେ ୧୨ ମୃତ
author img

By

Published : Jan 16, 2022, 1:04 PM IST

ପାଟନା : ବିହାରର ନାଳନ୍ଦାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ବିଷାକ୍ତ ମଦ ପିଇ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇନାହିଁ । ସୋହରାଇ ପୋଲିସ ଷ୍ଟେସନ ଅନ୍ତର୍ଗତ ଛୋଟି ପହଡି ଏବଂ ପହର ତାଲିରରେ ଘଟିଛି ଏହି ଅଘଟଣ ।

ସୂଚନା ପାଇବା ମାତ୍ରେ ଥାନା ଅଧିକାରୀ ସୁରେଶ ପ୍ରସାଦଙ୍କ ସହ ସଦର ଡିଏସପି ଏସଏଛ ଶିବଲି ନୋମାନି ଘଟଣାସ୍ଥଳରେ ପହଞ୍ଚି ସମ୍ପର୍କୀୟଙ୍କୁ ଅଧିକ ପଚରାଉଚରା କରିଛନ୍ତି । ବିଷାକ୍ତ ମଦ ପିଇ ସମସ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ସ୍ତରରେ କୌଣସି ସୂଚନା ମିଳିନାହିଁ । ସେପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଆଖପାଖ ଅଞ୍ଚଳରେ ମଦ ତିଆରି କରାଯାଉଛି ।

ଏଥି ସହ ମନପୁର ପୋଲିସ ଷ୍ଟେସନ ଅଞ୍ଚଳର ହରଗାୱା ଗ୍ରାମରେ ମଧ୍ୟ କିଛି ଲୋକଙ୍କ ମଦ୍ୟପାନ ଯୋଗୁଁ ମୃତ୍ୟୁ ହୋଇଥିହା ଖବର ସାମ୍ନାକୁ ଆସିଛି । ପରବର୍ତ୍ତୀ ସମୟରେ ନାଳନ୍ଦା ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଛୋଟ ପାହାଡ଼ିଆ ଅଞ୍ଚଳକୁ ୪ ଭାଗରେ ବିଭକ୍ତ କରିବା ସହ ମଦ ମାଫିଆଙ୍କ ବିରୋଧରେ ଅପରେସନ ଆରମ୍ଭ କରିବାକୁ ପ୍ରଶାସନିକ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଏହି ଅପରେସନ କ୍ରମାଗତ ଭାବରେ ଚାଲିବ । ଯଦି କେହି ଏ ପ୍ରକାର ବ୍ୟବସାୟ କରୁଥିବା ଦେଖିବାକୁ ମିଳେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.