ETV Bharat / bharat

ଛତିଶଗଡ ମାଓ ହମଲାରେ ୧୨ ଆହତ - ଆଇଡି

ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ତାଣ୍ଡବ । ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡି ବିସ୍ଫୋରଣ ହେବାରୁ ୧୨ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ଛତିଶଗଡରେ ମାଓ ହାମଲା;ଉଡାଇଲେ ବୋଲେରୋ,୧୨ ଆହତ
ଛତିଶଗଡରେ ମାଓ ହାମଲା;ଉଡାଇଲେ ବୋଲେରୋ,୧୨ ଆହତ
author img

By

Published : Aug 5, 2021, 11:56 AM IST

Updated : Aug 5, 2021, 2:15 PM IST

ମାଲକାନଗିରି : ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ତାଣ୍ଡବ । ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡି ବିସ୍ଫୋରଣ ହେବାରୁ ୧୨ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ସୁରକ୍ଷା ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଆହତମାନେ ହେଲେ ଧନସିଂ ସିଲଦର ଓ ରୂପିଲାଲ କୁରାପ। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏମାନେ ମଧ୍ୟପ୍ରଦେଶ ବାସିନ୍ଦା ହୋଇଥିବା ବେଳେ ତେଲେଙ୍ଗାନା ଯିବା ସମୟରେ ଏଭଳି ଅଘଟଣା ଘଟିଛି।

ଛତିଶଗଡ ମାଓ ହମଲାରେ ୧୨ ଆହତ

ଆଇଡି ବିସ୍ଫୋରଣରେ ଗାଡିଟିର ଗୋଟିଏ ପାଖ ନଷ୍ଟ ହୋଇଛି । ଏହି ଘଟଣା ପୋଲିସ କ୍ୟାମ୍ପ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଘଟିଛି। ଯବାନକୁ ଟାର୍ଗେଟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡ ମାଇନ ପୋତିଥିବା ଜଣାପଡିଛି । ଯେଉଁଥିରେ ସାଧାରଣ ଲୋକେ ଶିକାର ହୋଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

Last Updated : Aug 5, 2021, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.