ETV Bharat / bharat

ରେକର୍ଡ କଲେ ଷଷ୍ଠ ଶ୍ରେଣୀ ଛାତ୍ରୀ, 5 ଘଣ୍ଟାରେ ପହଁରିଲେ 25 କିଲୋମିଟର - ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ କମାଲ

25 କିଲୋମିଟର ନିରନ୍ତର ସନ୍ତରଣ କରି ରେକର୍ଡ କଲେ ଷଷ୍ଠ ଶ୍ରେଣୀ ଛାତ୍ରୀ । ଅଧିକ ପଢନ୍ତୁ

ରେକର୍ଡ କଲେ ଷଷ୍ଠ ଶ୍ରେଣୀ ଛାତ୍ରୀ, 5 ଘଣ୍ଟାରେ 25 କିଲୋମିଟର ପହଁରିଲେ

author img

By

Published : Apr 27, 2022, 7:17 AM IST

ଚେନ୍ନାଇ: 10 ବର୍ଷର ଛାତ୍ରୀଙ୍କ କମାଲ । ପାଖାପାଖି 5 ଘଣ୍ଟା ସନ୍ତରଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡର ସ୍ଥାନ ପାଇଲେ । ଚେନ୍ନାଇ କୋଟ୍ଟୁରପୁରମ ଅଞ୍ଚଳର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ସଞ୍ଜନା ଏପରି କମାଲ କରିଛନ୍ତି ।

ସଞ୍ଜନା VGP କୂଳରୁ ସୋମବାର ସକାଳ 6ଟା 30 ମିନିଟ ସମୟରେ ପହଁରିବା ଆରମ୍ଭ କରିଥିଲେ । ନିରନ୍ତର ଭାବେ 4 ଘଣ୍ଟା 48 ମିନିଟ ସନ୍ତରଣ କରିବା ସହ ଦୀର୍ଘ 25 କିଲୋମିଟର ଅତିକ୍ରମ କରି ମାରିନା କୂଳରେ ପହଞ୍ଚିଛନ୍ତି । ତେବେ ସଞ୍ଜନା ଦିନ 11ଟା 30 ମିନିଟ ସମୟରେ ଧାର୍ଯ୍ୟ ସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ଏହି ଦୁଃସାହସିକତା ପାଇଁ ରାଜ୍ୟ କ୍ରୀଡା ଉନ୍ନୟନ ବିଭାଗ ସଚିବ ସଞ୍ଜନାଙ୍କୁ ସମ୍ମାନିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.