ମୁମ୍ବାଇ: ମହାରାଷ୍ଟ୍ରରେ ଭଣ୍ଡାରା ଡାକ୍ତରଖାନା ହସ୍ପିଟାଲ ଅଗ୍ନିକାଣ୍ଡରେ 10 ଜଣ ନବଜାତକ ମୃତ୍ୟୁ ଘଟଣା । ଅବହେଳା ପାଇଁ 2 ନର୍ସଙ୍କ ବିରୋଧରେ ଏଫଆଇଆର ଏତଲା ଦାୟର ହୋଇଛି । ତେବେ ଏ ସମ୍ପର୍କରେ ମହାରାଷ୍ଟ୍ର ଡିଜିପି ହେମନ୍ତ ନାଗରାଲେ ଗୁରୁବାର ସୂଚନା ଦେଇଛନ୍ତି ।
ପୂର୍ବରୁ ଏହି ଘଟଣାରେ ଭଣ୍ଡାରା ଜିଲ୍ଲାର ସର୍ଜନ ଡକ୍ଟର ପ୍ରମୋଦ ଖନ୍ଦତେ ନିଲମ୍ବିତ ହେବା ସହିତ ଅତିରିକ୍ତ ଜିଲ୍ଲା ସର୍ଜନ ଡକ୍ଟର ସୁନିଲା ବଡେଙ୍କ ବଦଳି ହୋଇଥିଲା । ତେବେ ସୂଚନା ଥାଉ କି ଗତ ଜାନୁଆରୀ ମାସ 9 ତାରିଖରେ ଭଣ୍ଡାରା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ଫଳରେ 10 ଜଣ ନବଜାତ ଶିଶୁଙ୍କ ମୃ୍ତ୍ୟୁ ଘଟିଥିଲା ।
ଏହି ଅଗ୍ନିକାଣ୍ଡ ରାତି ପ୍ରାୟ 2ଟା ବେଳେ ଘଟିଥିଲା । ଏହି ଅଘଟଣରେ 1 ମାସରୁ 3 ମାସ ମଧ୍ୟରେ ଥିବା ପ୍ରାୟ 10 ଜଣ ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ 7 ଜଣଙ୍କ ଜୀବନ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲା । ମହାରାଷ୍ଟ୍ର ସରକାର ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ମଧ୍ୟ ଘଟଣାର ତଦନ୍ତ ଡିଜିପିଙ୍କ ଦ୍ବାରା ଜାରି ରହିଥିବା ଜଣାପଡିଛି ।
@ANI