ETV Bharat / bharat

ଆଜିଠୁ ତେଲେଙ୍ଗାନାରେ 10 ଦିନିଆ ଲକଡାଉନ

author img

By

Published : May 11, 2021, 3:10 PM IST

Updated : May 12, 2021, 7:40 AM IST

10 ଦିନ ତେଲେଙ୍ଗାନାରେ ଝୁଲିବ ତାଲା । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ 10 ଦିନ ଲକଡାଉନ, ଚାରମୀନାର ଭିଡ ପରେ ଚେତିଲେ ସରକାର !

ହାଇଦ୍ରାବାଦ: ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ଫେରିଛି ଲକଡାଉନ । 10 ଦିନ ତେଲେଙ୍ଗାନାରେ ଝୁଲିବ ତାଲା । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି ।

ଆଜି(ବୁଧବାର)ଠାରୁ ଆସନ୍ତା 10 ଦିନ ପର୍ଯ୍ୟନ୍ତ ତେଲେଙ୍ଗାନାରେ ଲକଡାଉନ ଘୋଷଣା କରାଯାଇଛି । ମଙ୍ଗଳବାର ବସିଥିଲା ତେଲେଙ୍ଗାନା ସରକାରଙ୍କ କ୍ୟାବିନେଟ ବୈଠକ । ଏହି ବୈଠକରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଆଲୋଚନା କରାଯାଇଥିଲା । ଆଉ ଏହା ପରେ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବୁଧବାର ଦିନ 10ଟାରୁ ତେଲେଙ୍ଗାନାରେ ଆରମ୍ଭ ହେବ ଲକଡାଉନ । ପ୍ରତ୍ୟେକ ଦିନ ସକାଳ 6ଟାରୁ ଦିନ 10ଟା ଯାଏଁ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ଅନୁମତି ଦିଆଯିବ । ହେଲେ ଦିନ 10ଟା ପରେ ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଲାଗିବ ।

ଏହାପୂର୍ବରୁ ହାଇଦ୍ରାବାଦର ଚାରମୀନାରରେ ପ୍ରବଳ ଭିଡକୁ ନେଇ ସରକାରଙ୍କ ଉପରେ ଉଠିଥିଲା ପ୍ରଶ୍ନ । କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଚାରମୀନାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହା ପରେ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ।

Last Updated : May 12, 2021, 7:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.