ETV Bharat / bharat

ଅନନ୍ତନାଗରେ CRPF ଗାଡି ଉପରେ ଗ୍ରେନେଡ ଆକ୍ରମଣ, ଜଣେ ଯବାନ ଆହତ

author img

By

Published : Dec 20, 2020, 9:31 PM IST

ଅନନ୍ତନାଗରେ ସିଆରପିଏଫ ଗାଡି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଗ୍ରେନେଡ ଯୋଗେଁ ହୋଇଛି ଏହି ଆକ୍ରମଣ । ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଅନନ୍ତନାଗରେ CRPF ଗାଡି ଉପରେ ଗ୍ରେନେଡ ଆକ୍ରମଣ, ଜଣେ ଯବାନ ଆହତ
ଅନନ୍ତନାଗରେ CRPF ଗାଡି ଉପରେ ଗ୍ରେନେଡ ଆକ୍ରମଣ, ଜଣେ ଯବାନ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସିଆରପିଏଫ ଗାଡି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଗ୍ରେନେଡ ଯୋଗେଁ ହୋଇଛି ଏହି ଆକ୍ରମଣ । ବର୍ତ୍ତମାନର ସୂଚନା ଅନୁଯାୟୀ ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।

ଘଟଣାରେ ଜଣେ ଦୋକାନୀ ମଧ୍ୟ ଆହତ ହୋଇଥିବା ନେଇ ଖବର ହସ୍ତଗସ୍ତ ହୋଇଛି । ଅନନ୍ତନାଗର ଅଚବଲ ସ୍ଥିତ ମୁଖ୍ୟ ବସଷ୍ଟାଣ୍ଡରେ ଗ୍ରେନେଡ ଫିଙ୍ଗିଥିଲେ ଆତଙ୍କବାଦୀ । ଏହି ସମୟରେ ଏଠାରେ ସିଆରପିଏଫର ପାଟ୍ରୋଲିଂ ପାର୍ଟି ଏଠାରେ ମୁତୟନ ହୋଇଥିଲେ । ତେବେ ଗ୍ରେନେଡଟି ରାସ୍ତାରେ ବିସ୍ଫୋରଣ ହେବା ପରେ ସିଆରପିଏ ଯବାନ ଜଣଙ୍କ ଆହତ ହୋଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ଗ୍ରେନେଡ ଆକ୍ରମଣ କରିଥିବା ଆତଙ୍କବାଦୀମାନେ ଫେରାର ହୋଇଯାଇଛନ୍ତି । ଏହି ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଆକ୍ରମଣକାରୀଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ତେବେ ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ଡକାଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.