ETV Bharat / bharat

ଦିଲ୍ଲୀରେ ସରିଲାଣି ୧ କୋଟି ଡୋଜର ଟୀକାକରଣ - COVID vaccination update in delhi

ଦିଲ୍ଲୀବାସୀଙ୍କୁ ଦିଆ ସରିଲାଣି ୧ କୋଟି ଡୋଜ କୋଭିଡ ଭ୍ୟାକ୍ସିନ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ...

ଦିଲ୍ଲୀରେ ସରିଲାଣି ୧ କୋଟି ଡୋଜର ଟୀକାକରଣ
ଦିଲ୍ଲୀରେ ସରିଲାଣି ୧ କୋଟି ଡୋଜର ଟୀକାକରଣ
author img

By

Published : Jul 31, 2021, 10:15 PM IST

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଦିଆସରିଲାଣି ୧ କୋଟି ଡୋଜ କୋଭିଡ ଭ୍ୟାକ୍ସିନ । ଏହା ଦ୍ବାରା ଆମେ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଟୀକାକରଣର ବିସ୍ତୃତ ସୂଚନା ଦେଇ କେଜ୍ରିଓ୍ବାଲ କହିଛନ୍ତି, ୧ କୋଟି ଡୋଜ ମଧ୍ୟରେ ୭୪ ଲକ୍ଷ ଲୋକଙ୍କୁ ୧ମ ଡୋଜ ପ୍ରଦାନ କରାଯାଇଥିବାବେଳେ ୨୬ ଲକ୍ଷ ଲୋକଙ୍କୁ ଦୁଇଟି ଡୋଜ ପ୍ରଦାନ କରାଯାଇଛି ।

ସେହିପରି କେଜ୍ରିଓ୍ବାଲ କହିଛନ୍ତି, ଦିଲ୍ଲୀର 2 ପ୍ରାୟ କୋଟି ଜନସଂଖ୍ୟା ମଧ୍ୟରୁ 1.5 କୋଟି ଲୋକ 18 ବର୍ଷରୁ ଅଧିକ ଏବଂ ଟୀକାକରଣର ସମସ୍ତ ମାପଦଣ୍ଡ ପାଇଁ ଯୋଗ୍ୟ । ତେଣୁ, 1.5 କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ 74 ଲକ୍ଷ ଲୋକ ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି । ଏହା ଦିଲ୍ଲୀ ଜନସଂଖ୍ୟାର ପ୍ରାୟ 50% । ଆଗାମୀ ଦିନରେ ଟୀକାକରଣକୁ ତ୍ବରାନ୍ବିତ କରାଯିବା ସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟୀକାକରଣ ଅଭିଯାନରେ ଯୋଡିବା ଲକ୍ଷରେ ଦିଲ୍ଲୀ ସରକାର ନିରନ୍ତର ପ୍ରୟାସ ଜାରି ରଖିଥିବା କହିଛନ୍ତି କେଜ୍ରିଓ୍ବାଲ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.