ETV Bharat / snippets

ଧରାପଡିଲେ ଲାଞ୍ଚୁଆ ସରକାରୀ ବାବୁ, ବିଲ କରିବାକୁ ନେଉଥିଲେ ୧୧ ହଜାର ଲାଞ୍ଚ

author img

By ETV Bharat Odisha Team

Published : Aug 3, 2024, 10:40 PM IST

ଧରାପଡିଲେ ଲାଞ୍ଚୁଆ ସରକାରୀ ବାବୁ
ଧରାପଡିଲେ ଲାଞ୍ଚୁଆ ସରକାରୀ ବାବୁ (ETV Bharat Odisha)

ସୁବର୍ଣ୍ଣପୁର: ଭିଜିଲାନ୍ସ ହାତରେ ଧରାପଡିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ । ଉଲୁଣ୍ଡା ବ୍ଲକ ମୃତିକା ସଂରକ୍ଷଣ ପରିଦର୍ଶକ ସୁଧାଶୁଂ ଶେଖର ରଣା ଆଜି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ଉନ୍ନୟନ ମୂଳକ ପ୍ରକଳ୍ପର ବିଲ କରିଦେବା ପାଇଁ ରାମଚନ୍ଦ୍ର ମହାକୁଡଙ୍କ ଠାରୁ ଏହି ଟଙ୍କା ଲାଞ୍ଚ ମାଗିଥିଲେ । ଅର୍ଥ ନ ଦେଲେ ବିଲ ହୋଇ ପାରିବ ନାହିଁ ବୋଲି କହିଥିଲେ ସୁଧାଶୁଂ । ଅନେକ ଆଲୋଚନା ପରେ ଟଙ୍କା 12 ହଜାର ଦେଲେ ବିଲ ହୋଇ ପାରିବ ବୋଲି କହିଥିଲେ ସେ ।ତେବେ ରାମଚନ୍ଦ୍ର ଟଙ୍କା ଦେବା ପାଇଁ କହି ଜିଲ୍ଲା ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ରାମଚନ୍ଦ୍ରଙ୍କଠାରୁ ସୁଧାଶୁଂ ସୋନପୁର ସହରର ପଟାଭାଡିଠାରେ ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଧରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.