ETV Bharat / snippets

ପୁଅ ବାହାଘର ଦେଖିପାରିଲେନି ବାପା, ମାଡିଗଲା ବରଯାତ୍ରୀ ଗାଡି

author img

By ETV Bharat Odisha Team

Published : Jul 10, 2024, 7:33 PM IST

Accident During Marriage Procession
Accident During Marriage Procession (ETV Bharat Odisha)

କଟକ: ଆଉ କିଛି ସମୟ ପରେ ହୋଇଥାନ୍ତା ବାହାଘର । ଧୁମଧାମରେ ଚାଲିଥିଲା ପ୍ରୋସେସନ । ଏହାରି ଭିତରେ ଘଟିଗଲା ଲୋମ ଟାଙ୍କୁରା ଘଟଣା। ପୁଅ ବିବାହର ପ୍ରୋସୋସନ ସମୟରେ ଗାଡି ଚଢିଯିବାରୁ ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚତରାପଦା ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତକ ହେଲେ ଚତରପଦା ଗ୍ରାମର ବିମ୍ବାଧର ନାୟକ(55 ବର୍ଷ) । ସୂଚନା ଅନୁସାରେ, ବିମ୍ବାଧରଙ୍କ ପୁଅ ବବୁଲ ନାୟକଙ୍କ ବିବାହ ତଗିଲୋ ଗ୍ରାମରେ ସ୍ଥିର ହୋଇଥିଲା। ଆଜି ବିବାହ ଶୋଭାଯାତ୍ରାରେ ଯାଉଥିବାବେଳେ ଶୋଭାଯାତ୍ରାରେ ଯାଇଥିବା ବସ ଭାରସାମ୍ୟ ହରାଇ ବିମ୍ବାଧର ନାୟକଙ୍କ ଉପରେ ଚଢିଯାଇଥିଲା । ବର ବବୁଲ ନାୟକ ଆହତ ହୋଇଥିବାବେଳେ ପିତା ବିମ୍ବାଧରଙ୍କୁ ଗୁରୁତର ଅବସ୍ଥାରେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.