ETV Bharat / state

୧୫ବର୍ଷ ଧରି ବିଛଣାରେ ବିତୁଛି ଝିଅର ଜୀବନ, ହାତ ବଙ୍କା ଥିବାରୁ ହୋଇପାରିନି ଆଧାରକାର୍ଡ - Poor Family Seeks Help

author img

By ETV Bharat Odisha Team

Published : Jul 27, 2024, 11:07 PM IST

Poor Family Seeks Help:ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ୧୫ ବର୍ଷୀୟ ଫୁଲମଣି । ହାତ ବଙ୍କା ଥିବାରୁ ଆଧାର କାର୍ଡ ହୋଇପାରିନାହିଁ । ଏଣୁ ଦିବ୍ୟାଙ୍ଗ ଭତ୍ତାରୁ ବି ସେ ବଞ୍ଚିତ । ପଢନ୍ତୁ ଫୁଲମଣିଙ୍କ କରୁଣ କାହାଣୀ

Poor Family Seeks Help
Poor Family Seeks Help (ETV Bharat Odisha)

ରାଉରକେଲା: ଜନ୍ମରୁ ବିଛଣାରେ ବିତୁଛି ଜୀବନ । ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି ୧୫ ବର୍ଷୀୟ ଫୁଲମଣି । ପୋଲିଓ ରୋଗରେ ଆକ୍ରାନ୍ତ ଥିବାରୁ ଫୁଲମଣିଙ୍କ ହାତ ଗୋଡ ବଙ୍କା ହୋଇଯାଇଛି । ସେପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯାହାକୁ ନେଇ ଚିନ୍ତାରେ ପରିବାର ଲୋକେ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଳକ କେଶରାମାଲ ପଞ୍ଚାୟତ ଥାପବେର୍ଣା ଗାଁରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।

କେବେଠୁ ପୋଲିଓରେ ଆକ୍ରାନ୍ତ ଫୁଲମଣି ?

କିଶୋର ସୁରିନ ଓ ମୁନିକା ସୁରିନଙ୍କ ବଡ଼ ଝିଅ ହେଉଛନ୍ତି ଫୁଲମଣି । ସେ ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି । ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ପରିବାର ଲୋକେ । ହାତ ଗୋଡ଼ ଅଚଳ ଯୋଗୁଁ ସେ ଉଠିବସିପାରନ୍ତି ନାହିଁ । ଏହି ପରିବାରର ଏକମାତ୍ର ଜୀବିକା ହେଲା ବାଉଁଶ ଝୁଡ଼ି ତିଆରି କରିବା । ବାଉଁଶ ଝୁଡ଼ି ତିଆରି କରି ଏହାକୁ ବିକ୍ରି କଲେ ଯାହା ମିଳେ ସେଥରେ ପରିବାର ଚଳେ । ଏଭଳି ସ୍ଥିତିରେ ସରକାରୀ ସହାୟତା ଜରୁରୀ ହୋଇପଡ଼ିଛି ।

ସରକାରୀ ସୁବିଧାରୁ ବଞ୍ଚିତ ଫୁଲମଣି:

ଏନେଇ ଫୁଲମଣିଙ୍କ ମା' କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ଝିଅର ଆଧାର ପରିଚୟ ପତ୍ର କି ଦିବ୍ୟାଙ୍ଗ ଭତ୍ତା କାର୍ଡଟିଏ ନାହିଁ ।" ଏମିତିକି ଝିଅର ଆଧାର କାର୍ଡ ପାଇଁ ମଧ୍ୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ପରିବାର । ସ୍ଥାନୀୟ ଅଙ୍ଗନବାଡି କର୍ମୀ ଆଧାର କାର୍ଡ ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କର ଆଙ୍ଗୁଳି ବଙ୍କା ଥିବାରୁ ଫିଙ୍ଗର ପ୍ରିଣ୍ଟ ସମସ୍ୟା ଯୋଗୁଁ ହୋଇପାରିଲା ନାହିଁ । ଫଳରେ ଆଜି ଯାଏଁ ସେ ଦିବ୍ୟାଙ୍ଗ ଉତ୍ତାରୁ ବଞ୍ଚିତ ରହିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ସହ ସରକାରୀ ଅଧିକାରୀ ଅନେକ ଥର ଜଣାଇଥିଲେ ମଧ୍ୟ ଫୁଲମଣିଙ୍କ ଆଧାର କାର୍ଡ ଓ ଭତ୍ତା କାର୍ଡ ହୋଇପାରିନଥିବା ଅଭିଯୋଗ ହୋଇଛି।

ବିଡିଓଙ୍କ ପ୍ରତିକ୍ରିୟା:

"ଘରର ଆର୍ଥିକ ଅବସ୍ଥା ଠିକ ନଥିବାରୁ ଚିକିତ୍ସା ସହ ଭତ୍ତା କରାଇଦେଲେ ଉପକୃତ ହୋଇ ପାରିବୁ" ବୋଲି ପ୍ରଶାସନକୁ ଗୁହାରୀ କରିଛନ୍ତି ଫୁଲମଣିଙ୍କ ଜେଜେ ବାପା । ଏନେଇ ରାଜଗାଙ୍ଗପୁର ବିଡିଓ ଅକ୍ଷୟ ବାଘ କହିଛନ୍ତି, "ତୁରନ୍ତ ପ୍ରଶାସନ ଫୁଲମଣିଙ୍କ ଆଧାର କାର୍ଡ କରାଇବ । ଏହସହ ଭତ୍ତା ଏବଂ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରାଯିବ ।"

ଏହା ବି ପଢନ୍ତୁ...ରାସ୍ତା ନାହିଁ କି ଭଲ ଘର ନାହିଁ; ଏମାନେ ବଞ୍ଚିବେ କେମିତି ? ଭିଟାମାଟି ଛାଡୁଛନ୍ତି ଗ୍ରାମବାସୀ - Villagers Leaving Homes

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.