ETV Bharat / sports

ହକିରେ ଭାରତର ବିଜୟ ଅଭିଯାନ; ବିଜୟୀ ଗୋଲ ଦେଲେ ହର୍ମନପ୍ରୀତ, 3-2 ଗୋଲରେ ହାରିଲା ନ୍ୟୁଜିଲାଣ୍ଡ - India vs New Zealand

author img

By ETV Bharat Sports Team

Published : Jul 28, 2024, 8:20 AM IST

India vs New Zealand: ଅଲିମ୍ପିକ୍ସର ପ୍ରଥମ ମ୍ୟାଚରେ ଭାରତୀୟ ହକି ଟିମ୍‌ର ବିଜୟ । ବିଜୟୀ ଗୋଲ ଦେଲେ ଅଧିନାୟକ ହର୍ମନପ୍ରୀତ । 3-2 ଗୋଲରେ ପରାଜିତ ହେଲା ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ

India vs New Zealand
India vs New Zealand (AP Photo)

ପ୍ୟାରିସ: ଆରମ୍ଭରୁ ପ୍ୟାରିସ ଅଲିମ୍ପିକ୍ସରେ ଚମକିଲା ଭାରତୀୟ ପୁରୁଷ ହକି ଟିମ୍‌ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ମେନ ଇନ ବ୍ଲୁ । 3-2 ଗୋଲରେ ବିପକ୍ଷ ଦଳକୁ ପରାସ୍ତ କରି 3 ପଏଣ୍ଟ ହାସଲ କରିଛି । ତୃତୀୟ ଗୋଲ ଦେଇ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ ଅଧିନାୟକ ହର୍ମନପ୍ରୀତ ସିଂ । ଆସନ୍ତା 29 ତାରିଖରେ ଆର୍ଜେଣ୍ଟିନା ସହ ଦ୍ବିତୀୟ ମ୍ୟାଚ ଖେଳିବ ଭାରତ ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସ ଦ୍ବିତୀୟ ଦିନରେ ଆସିବ ପ୍ରଥମ ମେଡାଲ; ମୈଦାନରେ ପିଭି ସିନ୍ଧୁ, ଶରତ କମଲଙ୍କ ଭଳି ହେଭିୱେଟ୍‌ - Paris Olympics 2024

ପ୍ରଥମ କ୍ବାଟରରେ ନ୍ୟୁଜିଲାଣ୍ଡର ପ୍ରଥମ ଗୋଲ:

ଗତକାଲି ରାତି 9ଟା ସମୟରେ ଅଲିମ୍ପିକ୍ସ ଟ୍ରାକକୁ ଓହ୍ଲାଇଥିଲେ ଭାରତ ଓ ନ୍ୟୁଜିଲାଣ୍ଡ । ପ୍ରଥମରୁ ଆକ୍ରମଣ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ । ପ୍ରଥମ 8 ମିନିଟରେ ନ୍ୟୁଜିଲାଣ୍ଡର ସାମ୍‌ ଲେନ ପ୍ରଥମ ଗୋଲ ଦେଇ ଦଳକୁ 1-0ରେ ଆଗୁଆ ରଖିଥିଲେ । ପ୍ରଥମ କ୍ବାଟରରେ ଚେଷ୍ଟା କରି ଗୋଲ ଦେଇପାରିନଥିଲେ ମଧ୍ୟ ଦ୍ବିତୀୟ କ୍ବାଟରରେ ଫର୍ମକୁ ଫେରିଥିଲା ଭାରତ । 24 ମିନିଟରେ ମନଦୀପ ସିଂ ପ୍ରଥମ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ । ତୃତୀୟ କ୍ବାଟରରେ 34 ମିନିଟରେ ଭାରତ ଦ୍ବିତୀୟ ଗୋଲ ଦେବାକୁ ସମର୍ଥ ହୋଇଥିଲା । ବିବେକ ପ୍ରସାଦ ସାଗକ ଫିଲ୍ଡ ଗୋଲ ଦେବାରୁ 2-1ରେ ଆଗୁଆ ରହିଥିଲା ଟିମ୍‌ ଇଣ୍ଡିଆ ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ ଟ୍ରାପ୍ ସୁଟିଂ ଟିମ୍‌ରେ କିଏ ଏହି ବିଜେପି ବିଧାୟିକା ? ଅଲିମ୍ପିକ୍ସ ପଦକ ପାଇଁ କରିବେ ଲଢ଼େଇ - BJP MLA at Paris Olympics

ବିଜୟୀ ଗୋଲ ଦେଇଥିଲେ ହର୍ମନପ୍ରୀତ:

ଶେଷ କ୍ବାଟର ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ନ୍ୟୁଜିଲାଣ୍ଡ ଏକାଧିକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଭାରତର ଗୋଲ କିପର ଶ୍ରୀଜେଶ ଗୋଲ ଦେବାରେ ବାଧା ସୃଷ୍ଟି କରିଥିଲେ । ଶେଷରେ ସାମ୍‌ ଚିଲ୍ଡ ଗୋଟିଏ ଗୋଲ ଦେଇ ମ୍ୟଚକୁ 2-2ରେ ବରାବର କରିଥିଲେ । 57 ମିନିଟରେ ଭାରତକୁ ମିଳିଥିଲା ପେନାଲ୍ଟି ଷ୍ଟ୍ରୋକ । ଯାହାର ଫୁଲ ଫାଇଦା ଉଠାଇଥିଲେ ଅଧିନାୟକ ହର୍ମନପ୍ରୀତ ସିଂ । ବଲକୁ ସିଧା ନ୍ୟୁଜିଲାଣ୍ଡର ନେଟକୁ ମାରି ବିଜୟୀ ଗୋଲ ହାସଲ କରିଥିଲେ । ଶେଷରେ 3-2ରେ ଭାରତ ବିଜୟୀ ହୋଇଥିଲା । ପ୍ରଥମ ମ୍ୟାଚରୁ 3 ପଏଣ୍ଟ ପାଇଛି ଟିମ୍‌ ଇଣ୍ଡିଆ । ଆସନ୍ତାକାଲି ଦ୍ବିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବ ଦଳ । ଆଗାମୀ ମ୍ୟାଚକୁ ନେଇ ଖେଳାଳିଙ୍କ ମନୋବଳ ଦୃଢ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.