ETV Bharat / entertainment

ଓଡ଼ିଶାରେ ହେବ ଫିଲ୍ମ ସିଟି: ବଜେଟକୁ ନେଇ ନିରାଶ ସିନେ ଜଗତ, ନୂଆ ପଲିସି ଲାଗୁ ଦାବି - FILM MAKERS ON BUDGET FOR FILMCITY

author img

By ETV Bharat Odisha Team

Published : Jul 27, 2024, 9:17 PM IST

Budget For Filmcity : ଓଡ଼ିଶାରେ ହେବାକୁ ଯାଉଛି ଫିଲ୍ମ ସିଟି । ଏଥିପାଇଁ ଚଳିତ ବଜେଟ୍ ଅଧିବେଶନରେ ୨୦କୋଟି ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ହେଲେ ଏହା ପର୍ଯ୍ୟାପ୍ତ କି ? କ'ଣ କହୁଛନ୍ତି ସିନେ ନିର୍ମାତା ଜାଣନ୍ତୁ

Budget For Filmcity
Budget For Filmcity (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ହେବ ଫିଲ୍ମ ସିଟି । ଏଣିକି ସୁଟିଂ ପାଇଁ ବାହାରକୁ ଆଉ ଯିବାକୁ ପଡିବ ନାହିଁ, କାରଣ ରାଜ୍ୟରେ ହିଁ ହେବ ସୁଟିଂ । ୨୦୨୪-ବଜେଟରେ ସିନେ ଇଣ୍ଡଷ୍ଟ୍ରି ପାଇଁ ୨୦ କୋଟି ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ଅପରପକ୍ଷେ ଏହାକୁ ସ୍ୱଳ୍ପ ବଜେଟ ବୋଲି କହିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ଟେକ୍ନିସିଆନ । ମୋଟାମୋଟି ଭାବେ ବଜେଟ ଅଧିବେଶନ ପରେ ନିରାଶ ସିନେ ଜଗତ ।

Budget For Filmcity (ETV Bharat Odisha)

ବଜେଟକୁ ନେଇ ଅସନ୍ତୋଷ:

ନୂଆ ସରକାର ଆସିବା ପରେ ଆଶାନୁରୂପ ବଜେଟ ସିନେମା ଶିଳ୍ପ ପାଇଁ ହୋଇନଥିବା ଅଭିଯୋଗ ଆଣି ଉଦବେଗ ପ୍ରକାଶ କରିଛି ସିନେ ଜଗତ । ପୂର୍ବରୁ ସରକାରଙ୍କ ସହ ବାରମ୍ବାର ବିଭିନ୍ନ ସଂଘ ପକ୍ଷରୁ ଏ ବାବଦରେ ଆଲୋଚନା କରାଯାଇଥିଲା । ରାଜ୍ୟ ବଜେଟରେ କେବଳ କଳିଙ୍ଗ ଷ୍ଟୁଡ଼ିଓ ପାଇଁ ୨୦ କୋଟି ମିଳିବାକୁ ନେଇ ସିନେ ନିର୍ମାତାଙ୍କ ମନରେ ଅସନ୍ତୋଷ ବଢିଛି ।" ଏଥିରେ ସିନେ ଶିଳ୍ପର କର୍ମକର୍ତ୍ତା କ'ଣ ଲାଭ ପାଇବେ ?" ବୋଲି ପ୍ରଶ୍ନ ଉଠିଛି ।

ଫିଲ୍ମ ସିଟି ପାଇଁ ବ୍ୟୟ ବରାଦ:
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହେବ ନବକଳେବର । ଏଥିପାଇଁ କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ କରାଯିବ । ଏନେଇ ପୁନଃବିକାଶ ଯୋଜନା ଅଧୀନରେ ୨୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ୨୬ ଏକର ଜମିରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ । ଏଠାରେ ରହିବ ଇଣ୍ଡୋର ସୁଟିଂ ହଲ, ଟେକ୍ ଜୋନ, ମୁଭିସ ମ୍ୟାଜିକ, ସ୍ନୋ ୱାର୍ଲଡ୍, ଆଡଭେଞ୍ଚର ଲ୍ୟାଣ୍ଡ, ମାର୍କେଟ ଜୋନ, ମଣ୍ଡପ, ଭିଲେଜ କମ୍ପ୍ଲେକ୍ସ ଭଳି ଅନେକ କିଛି ସୁଟିଂ ପ୍ଲେସ ରହିବ । ଫଳରେ ସିନେ ନିର୍ମାତାଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଓଡ଼ିଶାରେ ହେବ ହାଇଦ୍ରାବାଦ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ଫିଲ୍ମ ସିଟି । ଚଳିତ ବଜେଟରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦ କୋଟି ବ୍ୟୟବରାଦ ରହିଛି । ତେବେ ନୂଆ ସରକାର ଆସିବା ପରେ ଏହା ପ୍ରଥମ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଏଥିରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

'ସମୁଦ୍ରକୁ ଶଙ୍ଖେ'

ସିନେମା ଶିଳ୍ପରେ ବିକାଶ ପାଇଁ ୨୦ କୋଟି ଟଙ୍କା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ପ୍ରଯୋଜକ । ଏନେଇ ସରକାରଙ୍କୁ ପ୍ରଶ୍ନ କରି ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି, "ଏହା କେବଳ କଳିଙ୍ଗ ଷ୍ଟୁଡିଓର ବିକାଶ ପାଇଁ ଦିଆଯାଇଛି । ଏଥିରେ କୌଣସି କଳାକାର ପ୍ରଯୋଜକ କି ଟେକ୍ନିସିଆନଙ୍କ ପାଇଁ କୌଣସି ସୁବିଧା ନାହିଁ । କାହିଁକି ସବସିଡି ଦେବା ନିଷ୍ପତ୍ତି ନେଲେ ନାହିଁ ସରକାର ? ନୂଆ ସିନେମା ପଲିସି ଲାଗୁ ବିଷୟରେ କିଛି ନିଷ୍ପତ୍ତି ହେଲା ନାହିଁ କାହିଁକି ? ସିନେମା ହଲ୍‌ ନିର୍ମାଣ ପ୍ରତିଶ୍ରୁତି କୁଆଡେ ଗଲା ? ଗତ ସରକାର ଥିବା ସମୟରେ କଳିଙ୍ଗ ଷ୍ଟୁଡିଓରେ ୨୦୦ କୋଟି ଖର୍ଚ୍ଚ ହୋଇ ବି ଆଖିଦୃଶିଆ କାମ ହେଲା ନାହିଁ ।" ବିଜେପି ସରକାରଙ୍କ ଏହା ପ୍ରଥମ ବଜେଟ ହୋଇଥିବା ଆଗକୁ ସରକାର ଏ ସମ୍ପର୍କରେ ଚିନ୍ତା କରିବେ ଓ ବିକାଶ ଦିଗରେ ପଦକ୍ଷେପ ନେବେ ବୋଲି ଆଶା ରଖିଛନ୍ତି ସିନେ ନିର୍ମାତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.