ETV Bharat / snippets

ଶିଶୁ କନ୍ୟାର ଜୀବନ ନେଲା ବିରୁଡି, ଦୁଇ ଗୁରୁତର

author img

By ETV Bharat Odisha Team

Published : Aug 29, 2024, 5:25 PM IST

MINOR GIRL DIED IN BEE ATTACK
MINOR GIRL DIED IN BEE ATTACK (ETV Bharat Odisha)

କେନ୍ଦୁଝର: ବିରୁଡି ଆକ୍ରମଣରେ ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା କାଶିଆ ଅଞ୍ଚଳରେ । କାଶିଆ ଅଞ୍ଚଳର ସୁନାମଣି ଲାଗୁରୀଙ୍କ ଶିଶୁକନ୍ୟା ତାର ମାଉସୀ ସୁଜାତା ମୁଣ୍ଡା ସହିତ ବିଲକୁ କାମ କରିବାକୁ ଯାଇଥିଲେ । ବିଲ କଡରେ ଥିବା ଗଛତଳେ ନାବାଳିକା ଜଣକ ଖେଳୁଥିବା ବେଳେ ହଠାତ୍ କେଉଁଆଡ଼ୁ ବିରୁଡ଼ି ପଲ ମାଡି ଆସିଥିଲେ । ବିରୁଡିଙ୍କ ଆକ୍ରମଣରେ ନାବାଳିକା ଜଣଙ୍କ ପାଟି କରିବାରୁ ତାର ଦୁଇ ମାଉସୀ ପାଖକୁ ଦୌଡ଼ି ଆସି ଉଦ୍ଧାର କରିବା ସହ ବିରୁଡି ଆକ୍ରମଣର ଶିକାର ହୋଇଥିଲେ । ତେବେ ସମସ୍ତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଛି ।

ଇଟିଭି ଭାରତ ,କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.