ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଗର୍ଜିଲେ ଆଶାୟୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଲେ ଧାରଣା - ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟ
🎬 Watch Now: Feature Video


Published : Feb 10, 2024, 10:32 AM IST
Aspirant youth Protest Over District based recruitment in Nabarangpur ନବରଙ୍ଗପୁର: ଜିଲ୍ଲାରେ ଜୋର ଧରିଲା ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଗର୍ଜିଲେ ଶତାଧିକ ଶିକ୍ଷିତ ବେକାର ଯୁବକ ଯୁବତୀ । ଶୁକ୍ରବାର ନବରଙ୍ଗପୁର ସଦର ପୋଲିସ ଷ୍ଟେସନ ନିକଟରୁ ଶହ ଶହ ଶିକ୍ଷିତ ବେକାର ଯୁବକ ଯୁବତୀ ଏକ ବିଶାଳ ରାଲି କରି ସହର ପରିକ୍ରମା କରିବା ସହ ନବରଙ୍ଗପୁର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଛନ୍ତି । ହାତରେ ପ୍ଲାକାର୍ଡ ଧରି ଯୁବକ ଯୁବତୀମାନେ ପ୍ରତିବାଦ କରିଥିଲେ । ସରକାର ବିରୋଧୀ ନାରା ଦେବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ..ଚାରି ଦଫା ଦାବି ନେଇ ଓଡିଶା ମୈତ୍ରୀ ମହାସଂଘ ଧାରଣା
ଆନ୍ଦୋଳକାରୀଙ୍କ ଅଭିଯୋଗ ଅନୁଯାୟୀ, ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିିତ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ଆଶାୟୀ ଥିବା ବେଳେ ସରକାର କିନ୍ତୁ ସେମାନଙ୍କ ପ୍ରତି ଅଣଦେଖା କରି ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ଦେଉଛନ୍ତି । ଯାହାଫଳରେ ଜିଲ୍ଲାର ପ୍ରାର୍ଥୀମାନେ ଚାକିରୀ ନ ପାଇ ବେକାର ହୋଇ କର୍ମସଂସ୍ଥାନ ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ଯଦି ସରକାର ଏନେଇ ହୃଦବୋଧ କରି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ପ୍ରତିବାଦ ଜୋରଦାର କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ଏହାସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର