ଦିଆସିଲି କାଠିରେ ତିନି ରଥ, ମନ ମୋହୁଛି ଯୁବ ଶିଳ୍ପୀଙ୍କ କଳାକୃତି - Ice Cream and match stick Ratha

By ETV Bharat Odisha Team

Published : Jul 7, 2024, 3:46 PM IST

thumbnail
ଯୁବ ଶିଳ୍ପିଙ୍କ ଅନନ୍ୟ କୀର୍ତ୍ତି (ETV Bharat Odisha)

କଟକ: ଦିଆସିଲି ଓ ଆଇସ କ୍ରିମ କାଠିରେ ନିର୍ମିତ ହୋଇଛି ରଥ । କଟକ ସିଡିଏର ମନୋଜ ସାହୁ, ଦିଆସିଲି କାଠି ଏବଂ ଆଇସ କ୍ରିମ କାଠିରେ ତିଆରି କରିଛନ୍ତି ଏହି ତିନି ରଥ । ପ୍ରତିଟି ରଥର ଉଚ୍ଚତା ପ୍ରାୟ ୯ ସେ.ମି ରହିଛି । ତେବେ ପୂର୍ବରୁ ମଧ୍ୟ ମନୋଜ ଅନେକ ସମୟରେ ଅନେକ କଳାକୃତି କରି ଚର୍ଚ୍ଚାରେ ରହି ଆସିଛନ୍ତି । ହେଲେ ଚଳିତ ବର୍ଷ ସେ ଜଗନ୍ନାଥଙ୍କର ତିନୋଟି ଛୋଟ ରଥ ନିର୍ମାଣ କରିଛନ୍ତି । ଏହାକୁ ତିଆରି କରିବା ପାଇଁ ସେ ୩ ଦିନ ସମୟ ନେଇଥିବା ବେଳେ ଦିନକୁ ସେ ଅଧ ଘଣ୍ଟା ସମୟ ଦେଇ ଏହି ରଥ ନିର୍ମାଣ କରିଛନ୍ତି । ମୋଟ 300 ଦିଆସିଲି ଓ ଆଇସକ୍ରିମ କାଠି ଏହି ରଥରେ ନିୟୋଜିତ କରିଛନ୍ତି ମନୋଜ । କୁନି ରଥ ନିର୍ମାଣ କରି ବର୍ତ୍ତମାନ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ.. ବାଲୁକା ଚିତ୍ରକଳାରେ ପବିତ୍ର ରଥଯାତ୍ରାର ଅଭିନନ୍ଦନ - Ratha Yatra Sand Art

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.