thumbnail

ରଥରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ଭାବବିହ୍ବଳ ଭକ୍ତ - Devotees Reaction

By ETV Bharat Odisha Team

Published : Jul 7, 2024, 10:29 PM IST

Devotees Reaction: ପୁରୀ: ଚାଲିଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ରଥରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ଭକ୍ତ ହୋଇଛନ୍ତି ଭାବ ବିହ୍ବଳ । ତେବେ ସନ୍ଧ୍ୟା ହୋଇଯିବାରୁ ଅଧାରେ ଅଟକିଛି ରଥ । ମରିଚିକୋଟ ନିକଟରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଅଟକିଥିବାବେଳେ ରାଜନଅର ଆଗରେ ଦେବୀ ସୁଭଦ୍ରାଙ୍କ ରଥ ଅଟକିଛି । ସେପଟେ ସିଂହଦ୍ବାର ଆଗରୁ ମାତ୍ର କେଇ ପାଦ ଆଗକୁ ଯାଇ ଅଟକିଛି ନନ୍ଦିଘୋଷ ରଥ । ଆସନ୍ତାକାଲି (ସୋମବାର) ସକାଳେ ସମସ୍ତ ନୀତିକାନ୍ତି ପରେ ପୁଣି ଥରେ ରଥଟଣା ହେବ । କାଲି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ସମସ୍ତ ରଥ । 

ଏହା ବି ପଢନ୍ତୁ...ଆଜି ପାଇଁ ରଥଟଣା ଶେଷ; କାଲି ସକାଳେ ପୁଣି ଗଡ଼ିବ - Chariot pulling halted in Puri

ବଡ଼ ଠାକୁରଙ୍କୁ ପାଖରେ ପାଇ ଭକ୍ତ ହୋଇଛନ୍ତି ଭାବବିହ୍ୱଳ । ଖୋଲା ଆକାଶ ତଳେ ହୋଇଛି ଭକ୍ତ-ଭଗବାନଙ୍କ ମହାମିଳନ । ରଥ ଟାଣିବାର ସୁଯୋଗ ପାଇଥିବାରୁ ଭକ୍ତଙ୍କ ମଧ୍ୟରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.