ପାଣି ପାଇଁ ରାସ୍ତାରୋକ, ହାଣ୍ଡି ମାଠିଆ ଧରି ପ୍ରତିବାଦ କଲେ ମହିଳା - Womens Protest In Kandhamal

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 11, 2024, 9:12 PM IST

Drinking Water Problem: ଫୁଲବାଣୀ: ଗ୍ରୀଷ୍ମ ଋତୁ ଆରମ୍ଭରୁ ଧୀରେ ଧୀରେ ଖରା ଉତ୍ତାପ ବଢ଼ିବା ସାଙ୍ଗକୁ ନଦୀନାଳର ଜଳ ଶୁଖିବାକୁ ଲାଗିଲାଣି l ଏପରି ସ୍ଥିତିରେ କନ୍ଧମାଳରେ ଦେଖାଦେଲାଣି ଜଳସଙ୍କଟ । ଯାହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ରାସ୍ତାରେ ହାଣ୍ଡି ମାଠିଆ ରଖି ରାସ୍ତାରୋକ କରିଛନ୍ତି । ଫଳରେ ଯାତାୟତ ସମ୍ପର୍ଣ୍ଣ ଠପ୍ ରହିଥିବା ବେଳେ ୧୫ଦିନ ମଧ୍ୟରେ ସ୍ଥାୟୀ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ । 

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗୁମାଗଡ଼ ପଞ୍ଚାୟତ ସଦନ ମେଣ୍ଡି ଗ୍ରାମର ଦୁଇ ସାହିର ମହିଳା ରାସ୍ତାରେ ହାଣ୍ଡି ମାଠିଆ ରଖି ରାସ୍ତାରୋକ କରିଛନ୍ତି । ଯାହା ଫଳରେ ଫୁଲବାଣୀ ଠାରୁ ବ୍ରହ୍ମପୁର ଯାତାୟତ ଠପ ହୋଇ ପଡ଼ିଛି । ସୂଚନା ଅନୁସାରେ ସଦନ ମଣ୍ଡି ଗ୍ରାମରେ ତିନୋଟି ନଳ କୂଅ ଥିଲେ ମଧ୍ୟ ପାଣି ଠିକ୍ ଭବରେ ବାହାରୁ ନାହିଁ ଅନେକ ସମୟରେ ଗୋଳିଆ ପାଣି ବାହାରୁଛି ଯାହା ପିଇବା ଉପଯୋଗୀ ନୁହେଁ l ଯାହାଫଳରେ ଗ୍ରାମବାସୀ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାରର ସମ୍ମୁଖୀନ ହେଉଛନ୍ତି  । 

ଦୀର୍ଘଦିନ ହେବ ଗାଁରେ ଲାଇନ ପାଣି ପାଇପ ପଡ଼ିଥିଲେ ମଧ୍ୟ ପାଣି ଛଡା ଯାଉନାହିଁ l ଏହି ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବହୁବାର ଗ୍ରାମ୍ୟ ଜଳ ଯୋଗାଣ ବିଭାବକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଗ୍ରାମର ମହିଳା ମାନେ ଉତ୍ତ୍ୟକ୍ତ ହୋଇ ଫୁଲବାଣୀ ଠାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାତ୍ରୀବାହୀ ବସ ଓ ଟ୍ରକ ଅଟକି ରହିଛି l ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ତେବେ ୧୫ଦିନ ମଧ୍ୟରେ ସ୍ଥାୟୀ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ବଣ୍ଡା ଘାଟିରେ ଜଳକଷ୍ଟ: ମିଳୁନି ପିଇବା ପାଣି, ଚୁଆ ଏକମାତ୍ର ଭରସା

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.