ମନ୍ଦିରରେ ପଶିଲା ପାଣି, ବୁଡ଼ିଲେ ମା' ସମଲେଶ୍ୱରୀ ! - WATER LOGGED IN SAMALESWARI TEMPLE - WATER LOGGED IN SAMALESWARI TEMPLE

🎬 Watch Now: Feature Video

thumbnail

By ETV Bharat Odisha Team

Published : Jul 21, 2024, 5:28 PM IST

WATER LOGGED IN SAMALESWARI TEMPLE: ବଲାଙ୍ଗୀର: ଆଜି ଦିନ ତମାମ ଲଗାଣ ବର୍ଷାରେ ଉବୁଟୁବୁ ହେଲା ବଲାଙ୍ଗୀର ସହର । ଘରଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ, ମନ୍ଦିର ସବୁଠି ପଶିଲା ବର୍ଷା ପାଣି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ । ଅନେକ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ ଲଗାଣ ବର୍ଷା ହୋଇଛି । ଯାହାଫଳରେ ଉବୁଟୁବୁ ହୋଇଛି ବଲାଙ୍ଗୀର ସହର । ସାଧାରଣ ଜୀବନ ଯାପନ ଏଠି ବେଶ୍ ପ୍ରଭାବିତ ହୋଇଛି । 

ବଲାଙ୍ଗୀର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଯାହା ଫଳରେ ଅନେକ ସ୍ଥାନରେ ବର୍ଷା ପାଣି ଲୋକଙ୍କ ଘର ଦ୍ୱାରକୁ ପଶିଥିଲା । ସେହିପରି ଅନେକ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ପାଣି ପଶିଥିଲା । ତଳିଆ ଅଞ୍ଚଳରେ ପାଣି ଜମିବାରୁ ଲୋକେ କିଛି ସମୟ ପାଣି ଘେରରେ ମଧ୍ୟ ରହିଥିଲେ । ସେହିପରି ବଲାଙ୍ଗୀର ଇଷ୍ଟ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ଆଣ୍ଠୁଏ ପାଣି ପଶିଥିଲା । ମା'ଙ୍କ ଗମ୍ଭୀରା ପର୍ଯ୍ୟନ୍ତ ବର୍ଷା ପାଣି ପଶିବାରୁ ଭକ୍ତଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ସେପଟେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବାରୁ ରାସ୍ତା ମଧ୍ୟ ଅବରୋଧ ହୋଇଥିଲା । ଏହାସହ ବିଦ୍ୟୁତ୍ ଯୋଗାଣ ମଧ୍ୟ ଅନେକ ସ୍ଥାନରେ ଆଜି ବାଧାପ୍ରାପ୍ତ ହୋଇଛି । ତେବେ ପ୍ରଶାସନର ସବୁ ବିଭାଗ ଏଥିରେ ତତ୍ପରତା ଦେଖାଇ ପଦକ୍ଷେପ ନେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ....ଚିନ୍ତା ବଢାଇଲାଣି ହୀରାକୁଦର ସ୍ଥିତି, ନିଅଣ୍ଟିଆ ବର୍ଷା ସାଙ୍ଗକୁ ଛତିଶଗଡର ଜଳବନ୍ଦୀ ପ୍ରକଳ୍ପ ପାଇଁ ନାହିଁ ପାଣି - No water in Hirakud

ସେପଟେ ବର୍ଷା ପାଣି ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ପାଣି ପଶିବାକୁ ନେଇ ସହରବାସୀ ପ୍ରଶାସନକୁ ଦାୟୀ କରିଥିଲେ । ସହରବାସୀ କହିଛନ୍ତି," ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ସରକାରୀ ଅବହେଳା ଯୋଗୁଁ ପାଣି ପଶୁଛି । ପାଣି ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଏହି ସମସ୍ୟା ସବୁ ବର୍ଷ ଦେଖା ଦେଇଥାଏ । ଗତ ସରକାର ନିଜେ ଏହାର ଉନ୍ନତି ପାଇଁ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏଁ ତାର କାମ ଆରମ୍ଭ ହୋଇ ପାରିନାହିଁ ।"


ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.