ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - PATITAPABANA MANGALA ALATI

By ETV Bharat Odisha Team

Published : Aug 28, 2024, 6:43 AM IST

thumbnail
PATITAPABANA MANGALA ALATI (ETV Bharat Odisha)

Patitapabana mangala alati: ପୁରୀ: କୋଟି ଓଡ଼ିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କ ଦର୍ଶନ ପାଇଁ ପ୍ରତିଦିନ କାଇଁ କେତେ ଦୂରରୁ ପୁରୀକୁ ଛୁଟି ଆସନ୍ତି ଭକ୍ତ । ଶ୍ରୀମନ୍ଦିରରେ ପ୍ରତିଦିନ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି କରାଯାଇଥାଏ । ପ୍ରତିଦିନ ଭୋରରୁ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ପ୍ରଥମେ ହୋଇଥାଏ ମଙ୍ଗଳ ଆଳତି । ଆଜି ମଧ୍ୟ ବ୍ରାହ୍ମ୍ୟ ମୁହୂର୍ତ୍ତରେ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଶଙ୍ଖ ଧ୍ୱନି, ଘଣ୍ଟ ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଥିଲା । ଭକ୍ତିମୟ ହୋଇ ଉଠିଥିଲା ପରିବେଶ । ବିଶ୍ବାସ ରହିଛି, ପ୍ରଭୁ ପତିତପାବନଙ୍କ ଏହି ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ଓ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମନ୍ଦିରରେ ପ୍ରଚଳିତ ନୀତି ମଧ୍ୟରୁ ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥାଏ । ବ୍ରହ୍ମ ମୁହୂର୍ତ୍ତରେ ପ୍ରଭୁ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ମଙ୍ଗଳ ଆଳତି ନୀତି କରାଯାଏ ।

ଏହା ବି ପଢନ୍ତୁ...ବାଲୁକା କଳାରେ କଳା କହ୍ନେଇ, ଜନ୍ମାଷ୍ଟମୀରେ 'Kill the Evil' ବାର୍ତ୍ତା ଦେଲେ ସୁଦର୍ଶନ - Janmashtami 2024

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.