ରୋଷେଇ ଘରେ 12 ଫୁଟର କୋବ୍ରା, ଗ୍ୟାସ ସିଲିଣ୍ଡର ପଛରେ ଲୁଚିଥିଲା - 12 foot long King cobra in kitchen

By ETV Bharat Odisha Team

Published : May 26, 2024, 8:58 PM IST

thumbnail
ରୋଷେଇ ଘରେ 12ଫୁଟର କୋବ୍ରା (ETV Bharat)

12 foot long King cobra in Kitchen: ବେଙ୍ଗାଲୁରୁ: ରୋଷେଇ ଘରେ ବିରାଟ ବଡ଼ ବିଷଧର ସାପ । 12 ଫୁଟ ଲମ୍ବର କୋବ୍ରାକୁ ଉଦ୍ଧାର କଲା ବନ ବିଭାଗ ଟିମ । ଏଭଳି ଘଟଣା କର୍ଣ୍ଣାଟକ ଚିକ୍କମାଗାଲୁରୁ ଜିଲ୍ଲା ଶେଟ୍ଟିକୋପ୍ପା ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଅଞ୍ଚଳର ଅଧିବାସୀ ମଞ୍ଜୁନାଥ ଗୌଡ଼ା ଯେତେବେଳେ ନିଜ ଘରର ପଛ କବାଟ ଖୋଲିଥିଲେ, ସେତେବେଳେ ସେ ଏହି ସାପକୁ ଦେଖିଥିଲେ । ସାପଟି ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିଲା । ଏହାପରେ ସେ ଭୟରେ ଘରୁ ଦୌଡ଼ିବାକୁ ଲାଗିଥିଲେ । ଏହାପରେ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ ।

ଏହା ବି ପଢନ୍ତୁ- ଆଖୁ କିଆରୀରୁ ୧୨ ଫୁଟିଆ ଅଜଗର ଉଦ୍ଧାର 

ଏହାପରେ ସେମାନେ ସାପ ଉଦ୍ଧାରକାରୀ ଟିମକୁ ଯୋଗାଯୋଗ କରିଥିଲେ । ସାପ ଉଦ୍ଧାରକାରୀ ହରିନ୍ଦର ମଞ୍ଜୁନାଥଙ୍କ ଘରେ ପହଞ୍ଚିବା ପରେ ସାପକୁ ଖୋଜିବାକୁ ଲାଗିଥିଲେ । ପ୍ରାୟ 1 ଘଣ୍ଟାର ଅପରେସନ ପରେ ସାପକୁ ରୋଷେଇ ଘରୁ ଉଦ୍ଧାର କରାଯାଇଛି । ସାପଟି ଗ୍ୟାସ ସିଲିଣ୍ଡର ପଛରେ ଲୁଚିଥିବା ଦେଖିବାକୁ ମିଳିଥିଲା । ଏହି ସାପ ଉଦ୍ଧାର ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କୌଣସି ଅଘଟଣ ନ ଘଟିଥିବାରୁ ପଡ଼ୋଶୀମାନେ ଖୁସିବ୍ୟକ୍ତ କରିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.