ଅନୁପ୍ରବେଶକାରୀ ହଟାଅ ବିରୋଧ ନିଆଳିରେ ତେଜିଲା ଆନ୍ଦୋଳନ - vishwa hindu parishad protest

By ETV Bharat Odisha Team

Published : Sep 7, 2024, 4:20 PM IST

thumbnail
VISHWA HINDU PARISHAD PROTEST (ETV Bharat odisha)

ନିଆଳି: ଦିନକୁ ଦିନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦ୍ରୃତ ଗତିରେ ବଢୁଛି । ଏଥିପାଇଁ ବିଭିନ୍ନ ସମୟରେ ଅପରାଧୀଙ୍କ ସଂଖ୍ୟା ବଢିବା ସହିତ ସରକାରୀ ଜମି ଅନୁପ୍ରବେଶକାରୀଙ୍କ ଦଖଲରେ ରହୁଛି । ଆଗାମୀ ଦିନରେ ଅନୁପ୍ରବେଶକାରୀଙ୍କ ପ୍ରାଦ୍ରୁଭାବକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ କଥା ଉଠାଇଥିଲେ । ଏହାପରେ କଟକ ଜିଲ୍ଲା ନିଆଳି ଅଞ୍ଚଳରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଅନୁପ୍ରବେଶକାରୀଙ୍କ ବିରୋଧରେ ଏକ ଆନ୍ଦୋଳନ କରାଯାଇଥିଲା ।ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାରି ଦଫା ଦାବି ପତ୍ର ପ୍ରଦାନ କରିଛି ବିଶ୍ବହିନ୍ଦୁ ପରିଷଦ ।

ମିଳିଥିବା ସୂଚନା ଅନୁସାରେ ନିଆଳି ଥାନା ଦେଇ ଯାଇଥିବା ପ୍ରାଚୀତଟ ଏବଂ ବିଭିନ୍ନ ସ୍ଥାନରେ ଅନୁପ୍ରବେଶକାରୀମାନେ ସରକାରୀ ଜମି ଜବରଦଖଲକୁ ବିଶ୍ବହିନ୍ଦୁ ପରିଷଦ ନିଆଳି ପ୍ରଖଣ୍ତ ପକ୍ଷରୁ ବିରୋଧ କରାଯାଇଛି । ଅନୁପ୍ରବେଶକାରୀ ହଟାଅ ଅଭିଯାନ ଆରମ୍ଭ ହୋଇଛି । ଏନେଇ ବିଶ୍ବହିନ୍ଦୁ ପରିଷଦ ସଭାପତି ମାନସ କୁମାର ପଣ୍ଡା କହିଛନ୍ତି," ନିଆଳି ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛୁ  ମୁଖ୍ୟମନ୍ତ୍ରୀ ଏବଂ କଟକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ । ନିଆଳି ପ୍ରାଚୀତଟରେ ଅନୁପ୍ରବେଶକାରୀ ମାନେ ରହି ପ୍ରାଚୀନଦୀକୁ ଅପରିଷ୍କାର କରୁଛନ୍ତି । ଗୋହତ୍ୟା କରୁଛନ୍ତି । ସମାଜକୁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ବିଭିନ୍ନ ନିଶାଦ୍ରବ୍ୟ କାରବାର କରୁଛନ୍ତି । ବାଂଲାଦେଶରୁ ଆସି ସେମାନେ ନିଆଳି ଆଖପାଖ ଅଞ୍ଚଳରେ ସରକାରୀ ଜମି ଜବରଦଖଲ କରିଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇ ବିଦା କରାଯାଉ । ନିଆଳି ଅଞ୍ଚଳରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ଵ ଅନୁପ୍ରବେଶକାରୀ ରହିଛନ୍ତି ।"

ଏହା ମଧ୍ୟ ପଢନ୍ତୁ - EXCLUSIVE Report; ରାଜ୍ୟରେ କିପରି ଚିହ୍ନଟ ହେବେ ବାଂଲା ଅନୁପ୍ରବେଶକାରୀ ? ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ପରେ ଜିଲ୍ଲାଓ୍ବାରୀ ହଲଚଲ୍, ଜଳପଥରେ ଜଗିଛି କୋଷ୍ଟଗାର୍ଡ - Bangladeshi infiltration tension 

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.