ଗୋ ମାଂସ ଚାଲାଣ ଚାଲାଣ ବେଳେ ଗାଡି ଜବତ, ଗୋପରେ ଉତ୍ତେଜନା - ଗୋ ମାଂସ ଚାଲାଣ ନେଇ ଉତେଜନା

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 9, 2024, 7:45 PM IST

Vehicle with 30 quintal beef Seized: ନିମାପଡ଼ା: ଗୋ ମାଂସ ସହିତ ଗାଡି ଜବତ କଲେ ଗ୍ରାମବାସୀ l ଗୋ ମାଂସ ଚାଲାଣ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ଯଦି ପୋଲିସ ଏଦିଗ ପ୍ରତି ଧ୍ୟାନ ନଦିଅନ୍ତି ତେବେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।    

ଏହା ମଧ୍ୟ ପଢ଼ନ୍ତୁ... ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, କୁକୁର-କୁକୁଡା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ମାଲିକ

ସୂଚନା ଅନୁସାରେ, ଦିଘାଳୋ ଖଡ଼ିସ ରାସ୍ତାରେ ଏକ ଟାଟା ଏସି ନମ୍ବର OD05AZ1248 ଦ୍ରୁତ ଗତିରେ ଯାଉଥିଲା । ଗ୍ରାମର କିଛି ଯୁବକ ଗାଡ଼ିଟିକୁ ଅଟକାଇଥିଲେ l ପରେ ଗାଡିର ଡ୍ରାଇଭର ସହିତ ଗାଡ଼ିରେ ଥିବା ଆଉ ଦୁଇଜଣ ବ୍ୟକ୍ତି ଗାଡି ଛାଡି ଦୌଡ଼ି ପଳାଇ ଥିଲେ l ଗାଡ଼ିରେ ମାଂସ ଥିବାର ଦେଖି ଗୋପ ଥାନାକୁ ଖବର ଦିଆଯାଇଥିଲା l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡି ସହିତ ମାଂସକୁ ଜବତ କରିଥିଲେ । ଜବତ ଗାଡିରେ 30 କୁଇଣ୍ଟାଲ ଗୋ ମାଂସ ଥିବାର ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l ଗୋପ ଥାନା ଅଧିକାରୀ ମହେଶ୍ଵର ସେଠି ଗାଡିଟିରେ ଥିବା ମାଂସ ଗୋ ମାଂସ ନା ଅନ୍ୟ କିଛି ମାଂସ ସେନେଇ ତଦନ୍ତ କରୁଛନ୍ତି । 

ତାସହିତ କିଏ ଏବଂ କେଉଁ କାରଣରୁ ଏତେ ରାତିରେ ମାଂସ ଚାଲାଣ ହେଉଥିବା ନେଇ କରାଯାଉଛି । ନିମାପଡ଼ା, ଗୋପ, ଚାରିଛକ ଅଞ୍ଚଳରୁ ସବୁ ସମୟରେ ବେଆଇନ ଗୋ ଚାଲାଣ ହେଉଥିବା ବଜରଙ୍ଗ ଦଳ ପକ୍ଷରୁ ପୋଲିସକୁ ଅବଗତ କରାଯାଇଛି । ହେଲେ ପୋଲିସ ସାଜିଛି ନୀରବ ଦ୍ରଷ୍ଟା । ଆଗାମୀ ଦିନରେ ଯଦି ପୋଲିସ ଏଦିଗ ପ୍ରତି ଧ୍ୟାନ ନଦିଅନ୍ତି ତେବେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ନିମାପଡ଼ା ବଜରଙ୍ଗି ଦଳ ସଂଯୋଜକ ରଞ୍ଜନ ପ୍ରଧାନ ।

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.