thumbnail

By ETV Bharat Odisha Team

Published : Sep 1, 2024, 4:02 PM IST

ETV Bharat / Videos

Watch: ମେୟରଙ୍କ ବିପି ଚେକ୍‌ କଲେ ମନ୍ତ୍ରୀ, ସୁସ୍ଥ ରହିବାକୁ ଦେଲେ ଟିପ୍ସ - Minister Checks BP

ଭୁବନେଶ୍ବର: ମନ୍ତ୍ରୀ କରିଲେ ସ୍ୱାସ୍ଥ୍ୟ ପରୀକ୍ଷା । ମେୟର ଓ ବିଧାୟକଙ୍କ ବିପି ମାପିଲେ ନଗର ଉନ୍ନୟନ ମନ୍ତ୍ରୀ । ବିପି ମାପିବା ସହିତ ସ୍ୱାସ୍ଥ୍ୟ ଟିପସ ମଧ୍ୟ ଦେଲେ । ଏପରି ଏକ ଚିତ୍ର ଆଜି ଦେଖିବାକୁ ମିଳିଛି ରାଜଧାନୀରେ । ଆଜି ବିଡିଏର 42ତମ ପ୍ରତିଷ୍ଠା ଦିବସରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ । ତେବେ ଏହାପରେ ଉପସ୍ଥିତ ଡାକ୍ତର ମନ୍ତ୍ରୀ କୃଷ୍ଣଚନ୍ଦ୍ରଙ୍କ ସ୍ୱାସ୍ଥ୍ୟ କରିଥିବା ବେଳେ ମନ୍ତ୍ରୀ, ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ବିଜେପି ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଦେଖିବାକୁ ମିଳିଛି । ବିପି ମାପିବା ସହ ସୁସ୍ଥ ରହିବା ଲାଗି ଟିପ୍ସ ମଧ୍ୟ ଦେଇଛନ୍ତି । ମୁଖ୍ୟତଃ ମନ୍ତ୍ରୀ ଅତିଥିମାନଙ୍କ ବିପି ମାପି ଥିବାର ଦେଖିବାକୁ ମିଳିଛି । 

ଏହା ମଧ୍ୟ ପଢ଼ନ୍ତୁ...Bhubaneswar Mayor Advice: ଚିକେନ ନ ଖାଇବାକୁ BMC ମେୟରଙ୍କ ପରାମର୍ଶ, ପ୍ରଭାବିତ ଅଞ୍ଚଳରୁ ଚିକେନ ଆଣି ବିକିଲେ ହେବ କାର୍ଯ୍ୟାନୁଷ୍ଠାନ - Bird flu BMC Guidelines

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.