thumbnail

By ETV Bharat Odisha Team

Published : Feb 26, 2024, 6:44 PM IST

ETV Bharat / Videos

ମଥୁରା ପୋଲିସକୁ ବିଚ୍‌ ରାସ୍ତାରେ ମହିଳାଙ୍କ ମାଡ଼, ଭିଡିଓ ଭାଇରାଲ

Woman Devotee Beats Mathura Cop: ଲକ୍ଷ୍ନୌ: କାହ୍ନା ନଗରୀ ମଥୁରାରେ ପୋଲିସକୁ ବିଚ୍‌ ରାସ୍ତାରେ ମାଡ଼ । ଜଣେ ମହିଳା ରାସ୍ତା ମଝିରେ ଜଣେ ପୋଲିସ ଅଧିକାରୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି । ପୋଲିସ ଅଧିକାରୀ ଜଣକ ମହିଳା ଶ୍ରଦ୍ଧାଳୁଙ୍କୁ କିଛି ଅସଭ୍ୟ ଭାଷା ପ୍ରୟୋଗ କରିଥିବାରୁ ଏପରି ଅପ୍ରୀତିକର ଘଟଣା ଘଟିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- Watch Video: ଟ୍ରାଫିକ ପୋଲିସକୁ ଯୁବତୀ ଓ ଯୁବକଙ୍କ ନିର୍ଦ୍ଧୁମ ମାଡ 

ମିଳିଥିବା ସୂଚନା ଅନୁସାରେ ମୁମ୍ବାଇରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କୁ ଗୋବର୍ଦ୍ଧନ ଥାନାର ସବ ଇନ୍ସପେକ୍ଟର ଓ ୨ ଜଣ ପୋଲିସ କର୍ମୀ ଅଶାଳୀନ ଭାଷାର ପ୍ରୟୋଗ କରିଥିଲେ । ଏହାପରେ ମହିଳା ଶ୍ରଦ୍ଧାଳୁ ଜଣକ କ୍ରୋଧିତ ହୋଇ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏହାସହିତ ପୋଲିସ ଅଧିକାରୀଙ୍କ ଖାକି ପୋଷାକ ମଧ୍ୟ ଚିରି ଦେଇଥିଲେ ମହିଳା । ଏହାପରେ ପୋଲିସ ଅଧିକାରୀ ଜଣକ ମହିଳାଙ୍କ କବଳରୁ ରକ୍ଷା ପାଇବା ଲାଗି ପଳାୟନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ମହିଳା ଓ ପୋଲିସ ଅଧିକାରୀ ଜଣକ ମୁହାଁମୁହିଁ ହୋଇଥିବା ବେଳେ ଭିଡ଼ ମଧ୍ୟରୁ କେହି ଜଣେ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.