ବଜେଟରେ କ୍ୟାନ୍ସର ରୋଗୀଙ୍କୁ ଆଶ୍ବସ୍ତି, ଶସ୍ତା ହେଲା କ୍ୟାନ୍ସର ଔଷଧ; ଏମିତି ମତ ରଖିଲେ ବରିଷ୍ଠ କର୍କଟ ଚିକିତ୍ସକ - Doctors on health budget

By ETV Bharat Odisha Team

Published : Jul 24, 2024, 8:11 AM IST

thumbnail
ବଜେଟରେ କ୍ୟାନ୍ସର ରୋଗୀଙ୍କୁ ଆଶ୍ବସ୍ତି, ଶସ୍ତା ହେଲା କ୍ୟାନ୍ସର ଔଷଧ; ଏମିତି ମତ ରଖିଲେ ବରିଷ୍ଠ କର୍କଟ ଚିକିତ୍ସକ (ETV Bharat Odisha)

କଟକ: କର୍କଟ ରୋଗର ଚିକିତ୍ସା ଯେତିକି ଜଟିଳ ଏହି ରୋଗର ଉପଶମ ପାଇଁ ବ୍ୟବହାର ହେଉଥିବା କେମୋ ଥେରାପି, ମେଡ଼ିସିନ ଓ ଇଞ୍ଜେକ୍ସନ ମଧ୍ୟ ସେତିକି ବ୍ୟୟବହୁଳ । ତେଣୁ କ୍ୟାନ୍ସର ରୋଗୀଙ୍କ ଉପରେ ଆର୍ଥିକ ବୋଝ କମ୍ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୨୦୨୪-୨୫ ବଜେଟରେ ତିନୋଟି କ୍ୟାନ୍ସର ଔଷଧ ଉପରେ ସୀମା ଶୁଳ୍କ ଛାଡ ଘୋଷଣା କରିଛନ୍ତି । ଫଳରେ ଏହି କ୍ୟାନ୍ସର ମେଡିସିନ ଶସ୍ତା ହେବ ଏବଂ କ୍ୟାନ୍ସର ରୋଗୀମାନେ ସିଧାସଳଖ ଏହାର ଫାଇଦା ପାଇପାରିବେ ବୋଲି କହିଛନ୍ତି ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦୀପ୍ତିରାଣୀ ସାମନ୍ତ । ଡାକ୍ତର ଏହି ବଜେଟ ଘୋଷଣାକୁ ସ୍ବାଗତ କରି କହିଛନ୍ତି, କେନ୍ଦ୍ର ସରକାର ତାଙ୍କ ବଜେଟରେ ସ୍ତନ, ଫୁସଫୁସ, ଜରାୟୁ, ପୀତକୋଷ ଓ଼ ମୁତ୍ରାଶୟ କର୍କଟ ରୋଗରେ ବ୍ୟବହାର ହେଉଥିବା ଟ୍ରାସଟୁଡୁମାବ ଡେରୁକ୍ସଟେକାନ, ଓସିମେର୍ଟିନିବ, ଉର୍ଭାଲୁମାବ୍ ମେଡ଼ିସିନ ଉପରୁ ସୀମା ଶୁଳ୍କ ଛାଡ଼ କରିଛନ୍ତି । ଏ ସମସ୍ତ କେମୋ ଔଷଧ ଓ ଇଞ୍ଜେକେସନ ଅତ୍ୟନ୍ତ ବ୍ୟୟ ବହୁଳ । ଏହା କୌଣସି ସରକାରୀ ହସ୍ପିଟାଲରେ ମିଳେ ନାହିଁ । ତେଣୁ ଡାକ୍ତର କେବଳ ଉପଲବ୍ଧ ମେଡ଼ିସିନକୁ ନେଇ ଚିକିତ୍ସା କରିଆସୁଛନ୍ତି । ବର୍ତ୍ତମାନ ଆଚାର୍ଯ୍ୟ ହରିହର ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ ୩୦ ପ୍ରତିଶତ ସ୍ତନ କର୍କଟ, ୧୦ରୁ ୧୫ ପ୍ରତିଶତ ଫୁସଫୁସ ଓ ଅନ୍ୟାନ୍ୟ କର୍କଟ ରୋଗୀ ରହିଛନ୍ତି । ତେଣୁ ପ୍ରବେଶ ଶୁଳ୍କ ଛାଡ଼ ହେବା ଦ୍ଵାରା ସରକାରୀ ମେଡିକାଲରେ ଏହି ମେଡ଼ିସିନ ଉପଲବ୍ଧ ହେବାର ସମ୍ଭାବନା ବଢିବା ସହିତ ଘରୋଇ ହସ୍ପିଟାଲରେ ମଧ୍ୟ କମ ଟଙ୍କାରେ ରୋଗୀ ଏହି ଔଷଧ ନେଇପାରିବେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.