thumbnail

ମୋହନ ସରକାରଙ୍କ ଉପରେ ଗର୍ଜିଲେ ଦୁଇ ପୂର୍ବତନ ମନ୍ତ୍ରୀ

By ETV Bharat Odisha Team

Published : 3 hours ago

ବୌଦ୍ଧ: ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ଗର୍ଜିଲେ ଦୁଇ ବରିଷ୍ଠ ବିଜେଡି ନେତା । ଆଜି ବୌଦ୍ଧ ଜିଲ୍ଲାର ଚାରିଛକ ଠାରେ ଗତ ଦୁଇ ତାରିଖ ଠାରୁ ଆରମ୍ଭ ହୋଇଥିବା ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଉଦଯାପିତ ହୋଇଛି ।ଏହି ଅବସରରେ ରାଜ୍ୟର ନୂତନ ବିଜେପି ସରକାରଙ୍କୁ ରଙ୍ଗବୋଳା ସରକାର ବୋଲି କଟାକ୍ଷ କରିଛନ୍ତି ବିଜେଡ଼ି ନେତା । ବିଜୁ ଜନତା ଦଳ ପକ୍ଷରୁ ଗତ ଅକ୍ଟୋବର ଦୁଇରୁ ଗାନ୍ଧୀ ଜୟନ୍ତୀ ଠାରୁ ପ୍ରତ୍ୟେକ ବର୍ଷ ଭଳି 'ଜନ ସମ୍ପର୍କ ପଦଯାତ୍ରା' ସମସ୍ତ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଛି । ଆଜି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଏହାର ଅନ୍ତିମ ଦିନ ଥିଲା । ଏଥିରେ ପୂର୍ବତନ ଦୁଇ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରଦୀପ କୁମାର ଅମାତ ଯୋଗ ଦେଇ ନୂତନ ମୋହନ ମାଝୀ ସରକାର ଉପରେ ପ୍ରବଳ ବର୍ଷିଥିଲେ । 

ବିଶେଷ ଭାବରେ ସୁଭଦ୍ରା ଯୋଜନା ପ୍ରସଙ୍ଗ, ମାଗଣା ବିଜୁଳି ପ୍ରସଙ୍ଗ ଓ ସାମାଜିକ ସୁରକ୍ଷା ପ୍ରସଙ୍ଗରେ ମୋହନ ସରକାର ଲୋକଙ୍କୁ ଭୁଆଁ ବୁଲାଇଥିବା ଅଭିଯୋଗ ଆଣିବା ସହ ବିଜେପି ସରକାର କେବଳ ରଙ୍ଗବୋଳା ସରକାର ବୋଲି କଟାକ୍ଷ କରିଛି ବିଜେଡି ।
ଏହା ମଧ୍ୟ ପଢନ୍ତୁ ....ମନମୋହନଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ; ‘ତାକତ ଅଛି ତ ବିଜେଡିକୁ ଖାଲି କରି ଦେଖାଅ’ - Badri Patra Targets Manmohan 

ଇଟିଭି ଭାରତ,ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.