ସୁନ୍ଦରଗଡ଼ରେ ନିର୍ବାଚନ ପ୍ରସ୍ତୁତି, ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କ ପ୍ରଶିକ୍ଷଣ ଆରମ୍ଭ - Presiding Officers Training Program
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 14, 2024, 11:34 AM IST
ରାଉରକେଲା: ପାଖେଇ ଆସିଲାଣି ବିଧାନସଭା ଓ ଲୋକସଭା ନିର୍ବାଚନ । ମତଦାନ ପ୍ରକ୍ରିୟା ସରଳ ଓ ତ୍ରୁଟିଶୂନ୍ୟ କରିବା ଲାଗି ମଙ୍ଗଳବାର ଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ପୋଲିଂ ଅଧିକାରୀଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । ବିଭିନ୍ନ ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ଏହି ଟ୍ରେନିଂ ବା ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରଥମ ଦିନ ରାଉରକେଲାର ୩ଟି କେନ୍ଦ୍ରରେ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ସାତଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ରାଉରକେଲା, ବୀରମିତ୍ରପୁର ଓ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ପୋଲିଂ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ମାଷ୍ଟର ଟ୍ରେନରମାନେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ରାଉରକେଲା ଏସକେ ଡିଏଭି ପୋଲି ଟେକ୍ନିକାଲ କଲେଜ ଓ ମ୍ୟୁନିସିପାଲ କଲେଜରେ ପ୍ରଶିକ୍ଷଣ ଦେଉଛନ୍ତି । ପ୍ରଥମ ଦିନରେ ପାଖାପାଖି ୧୫୦୦ ଜଣ ପୋଲିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଦ୍ବିତୀୟ ଦିନରେ ଉଦିତନଗର ମ୍ୟୁନିସିପାଲ କଲେଜ ଓ ପାନପୋଷ ସ୍ବୟଂ ଶାସିତ କଲେଜରେ ୧୧୮୧ ପୋଲିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଇଭିଏମ ସହ ଭିଭିପାଟ ବ୍ୟବହାର ଏବଂ ନିର୍ବାଚନ ସମୟରେ ପୋଲିଂ ଅଫିସରମାନଙ୍କ ପ୍ରମୁଖ କାର୍ଯ୍ୟ ଏବଂ ସ୍ଵଚ୍ଛତାପୂର୍ଣ୍ଣ ଭୋଟିଂ ବିଷୟରେ ଅବଗତ କରାଯାଇଥିଲା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ନି ଓ ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷଣ କାର୍ଯ୍ୟ ନିରୀକ୍ଷଣ କରିଥିଲେ ।
ଇଟିଭି ଭାରତ, ସୁନ୍ଦରଗଡ