କୂଅରୁ ପାଣି ଉଠାଇବାକୁ କେନ୍ଦ୍ର କରି ଗାଁରେ ବୋମାମାଡ଼ - Bomb Hurled

By ETV Bharat Odisha Team

Published : Mar 27, 2024, 1:07 PM IST

thumbnail

Bomb Hurled Over water:ନିମାପଡା: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଟାଙ୍ଗୀ ଭଂସର ଗାଁରେ ବୋମାମାଡ଼ । କୂଅରୁ ପାଣି କାଢ଼ିବାକୁ କେନ୍ଦ୍ର କରି ବୋମାମାଡ । ବୋମାମାଡ଼ରେ ସମ୍ପୃକ୍ତି ଥିବା ସନ୍ଦେହରେ ଡେଲାଙ୍ଗ ଥାନା ପୋଲିସ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ଗତକାଲି(ମଙ୍ଗଳବାର) ଏଭଳି ଘଟଣା ଘଟିଥିବା ବେଳେ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଛି । ବୋମାମାଡ଼ରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଗ୍ରାମର ଦୂଲ୍ଲା ଦେଇ ଠାକୁରାଣୀଙ୍କ ମନ୍ଦିର ପରିସରରେ ଥିବା କୂଅରୁ ପାଣି ନେଇ ସବୁ ଦିନ ଠାକୁରାଣୀଙ୍କ ନିତ୍ୟ କର୍ମରେ ଲାଗିଥାଏ । ତେଣୁ ଏହି କୂଅରୁ ପାଣି ନେବାରୁ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ପରେ ବିଳମ୍ବିତ ରାତ୍ରରେ ବୋମାମାଡ଼ ହୋଇଛି । ଡେଲାଙ୍ଗ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପୁରୀରେ ବୋମାମାଡ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଇଟିଭି ଭାରତ,ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.