thumbnail

By ETV Bharat Odisha Team

Published : Mar 31, 2024, 7:58 AM IST

ETV Bharat / Videos

ସୁକାନ୍ତ ପାଣିଗ୍ରାହୀଙ୍କୁ କନ୍ଧମାଳ ଟିକେଟ୍, କହିଲେ-ଲୋକଙ୍କ ସହ ମିଶି କାମ କରିବି - LOK SABHA ELECTIONS 2024

SUKANTA PANIGRAHI Reaction: ଫୁଲବାଣୀ: କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତାଙ୍କ ଉପରେ ଭରସା କରି ଦ୍ବିତୀୟ ଥର ଟିକେଟ୍ ଦେଇଛି । ଶନିବାର ଟିକେଟ୍ ଘୋଷଣା ପରେ ସୁକାନ୍ତଙ୍କ ଦଳୀୟ କର୍ମୀ, ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି  । ସେମାନେ ଫୁଲବାଣୀଠାରେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଛନ୍ତି । ସେପଟେ ପୁଣିଥରେ ଦଳ ତାଙ୍କୁ ଭରସା କରିଥିବାରୁ ଏଥିପାଇଁ କନ୍ଧମାଳବାସୀଙ୍କ ସହିତ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁକାନ୍ତ ପାଣିଗ୍ରାହୀ । ସେ କହିଛନ୍ତି ଯେ, ଏ ଟିକେଟ ମତେ ଦିଆଯାଇନାହିଁ କନ୍ଧମାଳବାସୀଙ୍କର ବିକାଶ ପାଇଁ ଦିଆଯାଇଛି  । କନ୍ଧମାଳବାସୀ ଏହି ନିର୍ବାଚନ ଲଢିବେ ଓ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ଦେଶର ପ୍ରଧାନମନ୍ତ୍ରୀ କରାଇବେ । କନ୍ଧମାଳ ଜିଲ୍ଲାରେ ରାସ୍ତାଘାଟ, ଗମନାଗମନ, ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟଠାରୁ ନେଇ ବିଭିନ୍ନ କ୍ଷେତ୍ରରେ ନାନା ସମସ୍ୟା ରହିଛି । ଏଠି ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର ଚରମ ସୀମାରେ ପହଞ୍ଚିଛି । ସେସବୁକୁ ବିରୋଧ କରିବା ସହ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ପହଞ୍ଚାଇବାକୁ ପାଇଁ ମୁଁ ଚେଷ୍ଟା କରିବି । ଯେଉଁ ଗୁରୁଦାୟିତ୍ବ ମୋତେ ମିଳିଛି, ତାହାକୁ ଲୋକମାନଙ୍କ ସୁଃଖ ଦୁଃଖରେ ସାମିଲ ହୋଇ ଏହି ସମସ୍ୟା ସମାଧାନ ପାଇଁ ସଂଘର୍ଷ କରିବି ଓ ଲୋକଙ୍କୁ ନ୍ୟାର୍ଯ୍ୟ ପ୍ରାପ୍ୟ ଯୋଗାଇ ଦେବାରୁ ପ୍ରଚେଷ୍ଟା କରିବି  ।

ଏହା ମଧ୍ୟ ପଢନ୍ତୁ:3 ଲୋକସଭା ପ୍ରାର୍ଥୀ ଦେଲା BJP: କଟକରୁ ଭର୍ତ୍ତୃହରି, କନ୍ଧମାଳରୁ ସୁକାନ୍ତ ଓ ଯାଜପୁରରୁ ରବୀନ୍ଦ୍ର 

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.