ବାଲୁକା କଳାରେ ମସ୍କୋ ଆତଙ୍କୀ ଆକ୍ରମଣକୁ ନିନ୍ଦା, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୁଦର୍ଶନ - Moscow Terror Attack

🎬 Watch Now: Feature Video

thumbnail

MOSCOW TERROR ATTACK: ପୁରୀ: ଋଷ ରାଜଧାନୀ ମସ୍କୋର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ବାଲୁକା ଚିତ୍ରକଳା ମାଧ୍ୟମରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ସୁଦର୍ଶନ ମୃତକଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ‘‘ଷ୍ଟପ ଟେରୋରିଜିମ’’ ବୋଲି ଉଲ୍ଲେଖ କରିଛନ୍ତି । ଏଥି ସହ ଆମେ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ ଭାବରେ ନିନ୍ଦା କରୁଛୁ ବୋଲି ଲେଖିଛନ୍ତି ସୁଦର୍ଶନ । ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ଏହି ବାଲୁକା କଳାରେ ପ୍ରାୟ 4 ଟନ୍ ବାଲି ବ୍ୟବହାର କରାଯାଇଛି । ଏହାକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ପ୍ରାୟ 5 ଘଣ୍ଟା ସମୟ ଲାଗିଥିଲା । ପୁରୀ ବେଳାଭୂମିରେ ସେ ଏହି ବାଲୁକା କଳା ତିଆରି କରିଛନ୍ତି । ଶୁକ୍ରବାର ରାତିରେ ରୁଷିଆର ମସ୍କୋରେ ବଡଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା । ଫଳରେ ଶତାଧିକ ଲୋକେ ଏଥିରେ ଆଖି ବୁଜିଛନ୍ତି ।    

ଏହା ମଧ୍ୟ ପଢନ୍ତୁ-ମସ୍କୋ ଆକ୍ରମଣ ଘଟଣା: ମୃତ୍ୟୁସଂଖ୍ୟା 93କୁ ବୃଦ୍ଧି, 4 ଆକ୍ରମଣକାରୀଙ୍କ ସମେତ 11 ସନ୍ଦିଗ୍ଧ ଆତଙ୍କବାଦୀ ଅଟକ - Moscow concert hall attack

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.