ETV Bharat / state

ଦେଶ ନିର୍ମାଣରେ ବିଦ୍ୟାର୍ଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ - STATE LEVEL SURAVI 2024 PROGRAM

ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ସରକାରୀ ହଷ୍ଟେଲ ଖର୍ଚ୍ଚ ହାତକୁ ନେଲେ ସରକାର । ଖୁବଶୀଘ୍ର ମଧ୍ୟାହ୍ନ ଭୋଜନର ରେଟ ବୃଦ୍ଧି ପାଇବ ।

STATE LEVEL SURAVI 2024 PROGRAM
STATE LEVEL SURAVI 2024 PROGRAM (ETV Bharat Odisha)
author img

By ETV Bharat Odisha Team

Published : Nov 14, 2024, 9:44 PM IST

ଭୁବନେଶ୍ବର: ଶିଶୁ ଦିବସ ଅବସରରେ ଆୟୋଜିତ ସୁରଭି ସମାରୋହରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ସରକାରଙ୍କ ଯୋଗୁଁ ଜାତୀୟ ଶିକ୍ଷାନୀତି ଚଳିତ ବର୍ଷଠୁ ଲାଗୁ ହେବ । ଯାହା ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ରାଜ୍ୟରେ ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ।

'ଦେଶ ନିର୍ମାଣରେ ବିଦ୍ୟାର୍ଥୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ':

STATE LEVEL SURAVI 2024 PROGRAM (ETV Bharat Odisha)

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଆଜି ଦୁନିଆ କେବଳ ଡାକ୍ତର ଓ ଇଞ୍ଜିନିୟରଙ୍କ ଯୁଗ ନାହିଁ । ଆଜି ଯେଉଁ ସମ୍ଭାବନା ସୃଷ୍ଟି ହୋଇଛି ତାହାର ପରିକଳ୍ପନା କରି ପାରିବେ ନାହିଁ । ଭବିଷ୍ୟତ ଗଠନ କରିବା ଦିଗରେ ବାପା,ମାଆମାନେ ପିଲାଙ୍କୁ ସ୍ୱାଧୀନ ଭାବରେ ଚିନ୍ତା କରିବା ପାଇଁ ଛାଡ଼ିଦିଅନ୍ତୁ । ଭବିଷ୍ୟତର ରାସ୍ତା ପ୍ରଶସ୍ତ ଅଛି । ଆଗାମୀ ଭବିଷ୍ୟତକୁ ନେତୃତ୍ବ ନେବାକୁ ପଡିବ । ଦେଶ ନିର୍ମାଣରେ ବିଦ୍ୟାର୍ଥୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସୁରଭି ଏକ ସୁନ୍ଦର ଓ ନିଆରା ମଞ୍ଚ । ନିଜକୁ ନିଜର ପ୍ରତିଭା ଖୋଜିବାକୁ ପଡ଼ିବ । ଶିକ୍ଷା ବିଭାଗକୁ ଗୁରୁତର ସହ ନେଇ ସରକାର ରେକର୍ଡ ୫୩ ହଜାର ୫୩୬ କୋଟି ଟଙ୍କା ବଜେଟ ରଖିଛନ୍ତି । ଯାହା ଗତବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ ।"

ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଯୋଜନା:

STATE LEVEL SURAVI 2024 PROGRAM
STATE LEVEL SURAVI 2024 PROGRAM (ETV Bharat Odisha)

ମୁଖ୍ୟମନ୍ତ୍ରୀ କହିଛନ୍ତି,"ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଯୋଜନାକୁ ଆଜି କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଯାଇଛି । ୨୦୧୯ରେ ଏଭଳି ଆଦର୍ଶ ବିଦ୍ୟାଳୟ ପାଇଁ ବିରୋଧୀ ଦଳ ପକ୍ଷରୁ ଦାବି ଜଣାଇଥିଲେ ସୁଦ୍ଧା ଏହାକୁ ପୂର୍ବ ସରକାର କରିନଥିଲେ । ଏହି ପରିକଳ୍ପନାକୁ ବିଭାଗ କାର୍ଯ୍ୟ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ୫ଟି ସ୍କୁଲ ନାଁରେ ରୂପାନ୍ତିକରଣ କାର୍ଯ୍ୟ ସମସ୍ତେ ଦେଖିଛନ୍ତି । ଭିତ୍ତିଭୂମି ନୁହେଁ କାର୍ଯ୍ୟକାରୀତା ଦରକାର, ଶିକ୍ଷକ ଦରକାର ସ୍କୁଲରେ ରଙ୍ଗ ମାରିଦେଲେ ହେବନାହିଁ । ଗୋଟିଏ ଗୋଟିଏ ବିଦ୍ୟାଳୟ ପାଇଁ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରକାର କରିବେ । ୧୦୦ ବର୍ଷ ପୁରିଥିବା ଐତିହ୍ୟ ବିଦ୍ୟାଳୟ ଗୁଡ଼ିକର ପୁନରୁଦ୍ଧାର କରି ଐତିହ୍ୟ ଓ ସାଂସ୍କୃତିକ ଭିତ୍ତିରେ ପୁନର୍ଜୀବିତ କରିବା ପାଇଁ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରାଯାଉଛି । ପାଖାପାଖି ୫୧ ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ ।"

କ'ଣ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟରେ ସୁବିଧା ସୁଯୋଗ:

'ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ବିଶେଷ ଭାବରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ, ଡିଜିଟାଲ ଶିକ୍ଷା, ଏନପାୱାରମେଣ୍ଟ ପ୍ରୋଗ୍ରାମ, ଗୁଣାତ୍ମକ ଶିକ୍ଷା, ଶାରୀରିକ ଓ ମାନସିକ ବୃଦ୍ଧି କରିବା ଦିଗରେ ଆକର୍ଷିତ ହୋଇପାରିବେ ପିଲା । ୬୭୪୯ ଟି ପଞ୍ଚାୟତରେ ଆରମ୍ଭ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ।'

ଏହା ମଧ୍ୟ ପଢନ୍ତୁ...ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି' ଆରମ୍ଭ

ଏହା ମଧ୍ୟ ପଢନ୍ତୁ...'ପରୀକ୍ଷାରେ ଜାଲିଆତି କଲେ ୫ ବର୍ଷ ଜେଲ୍‌', ମୋହନ ମାଝୀ ସରକାର ଆଣିବେ ନୂଆ ଆଇନ

ଡ୍ରପଆଉଟ୍ ରୋକିବାକୁ ପଦକ୍ଷେପ:

'ଆଦିବାସୀ ଅଞ୍ଚଳରେ ଡ୍ରପଆଉଟ୍ ସଂଖ୍ୟା ବୃଦ୍ଧି ପାଉଛି କିନ୍ତୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି କିଭଳି ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବ । ଏଥିପାଇଁ ସରକାର ମାଧୋସିଂ ଛାତ୍ର ବୃତ୍ତି ଯୋଜନାକୁ ଆରମ୍ଭ କରିଛନ୍ତି । ପିଲାଙ୍କୁ ଆସିବା ପାଇଁ ଛାତ୍ର ବୃତ୍ତି ଦେବା ଶହ ତାଙ୍କ ପରିବାର ଲୋକଙ୍କୁ ସଚେତନ କରାଯିବ। ୧୪୮ଟି ବାଳିକା ହଷ୍ଟେଲ ଓ ୩୧୪ଟି ବାଳକ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ରହିବା ଖାଇବା ଶହ ପାଠ ପଢିବା ପାଇଁ ବ୍ୟବସ୍ଥା କରୁଛନ୍ତି ସରକାର । ମୋଟ ୪୫୫ ହଷ୍ଟେଲ ଅନ୍ତେବାସୀ ମାନଙ୍କୁ ଆଗକୁ ୨୦୦୦ ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ସରକାର ଏବେ ଏହାକୁ ମାଗଣା କରିଛନ୍ତି । '

ମଧ୍ୟାହ୍ନ ଭୋଜନର ରେଟ୍ ବୃଦ୍ଧି ପାଇବ:

'ସରକାର ପରିବର୍ତନ ହେବା ପରେ ରାଜ୍ୟରେ ପିଏମ ଶ୍ରୀ ସ୍କୁଲ ଲାଗୁ ହେବ । ପିଏମ ପୋଷଣ ଯୋଜନା ଆଜି ସରକାର ଲାଗୁ କରିଛନ୍ତି । ରାଜ୍ୟର ୫୦ ହଜାର ଊର୍ଦ୍ଧ୍ବ ସ୍କୁଲରେ ହାରାହାରି ୪୩ ଲକ୍ଷ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ଉପକୃତ ହେଉଛନ୍ତି । ମଧ୍ୟାହ୍ନ ଭୋଜନରେ ରେଟ୍ ପୂର୍ବ ଅପେକ୍ଷା ଆହୁରି ୧ ଟଙ୍କା ବୃଦ୍ଧି କରାଯାଉଛି । '

'ଦୁର୍ବଳ ଭିତ୍ତିଭୂମିରେ ୫ଟିର ପରିକଳ୍ପନା':

'୨୦୪୭ ମସିହାରେ ବିକଶିତ ଭାରତ ପ୍ରତିଷ୍ଠା ହେବ। ଏଥିପାଇଁ ସରକାରଙ୍କ ସହ ଆମକୁ ବି କାର୍ଯ୍ୟ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ହିସାବରେ ମୁଁ ବି ଦିନେ ସ୍ବପ୍ନ ଦେଖିଥିଲି ଆଉ ଆଶା ରଖିଥିଲି । ଆଉ ଯେଉଁ କାର୍ଯ୍ୟ କରିଥିଲି ,ତାହା ଆଜି ଅପଣଙ୍କ ନିକଟରେ ମୋତେ ଛିଡ଼ା କରିଛି । ଦୁର୍ବଳ ଭିତ୍ତିଭୂମିରେ ପୂର୍ବରୁ ୫ଟିର ପରିକଳ୍ପନା କରାଯାଇଥିଲା କିନ୍ତୁ ଆଗାକୁ ଏହାକୁ ସଜାଡିବାକୁ ପଡ଼ିବ । ଦେଶର ଭବିଷ୍ୟତ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ 'ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.