କେରଳ ଭୂସ୍ଖଳନରେ ମୃତ୍ୟୁର ତାଣ୍ଡବ; ବାଲୁକାକଳାରେ ଗଭୀର ଶ୍ରଦ୍ଧାଞ୍ଜଳି - sand art tribute to victims

By ETV Bharat Odisha Team

Published : Aug 2, 2024, 1:00 PM IST

thumbnail
sand art tribute (ETV Bharat Odisha)

ପୁରୀ: ବାଲୁକା ଚିତ୍ର କଳାରେ ୱାୟନାଡ ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ସାରା ଦେଶ ବାସୀଙ୍କୁ ସ୍ତବ୍ଧ କରିଦେଇଛି। ସାରା ଦେଶରେ ଶୋକର ଛାୟା ଖେଳଯାଇଛି। ଏହି ଦୁଃଖଦ ଘଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମି ରେ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ମୃତକ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହି ପରି ଏହି ଘଟଣା ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସୁଦର୍ଶନ। ଏହି ଦୁଃଖଦ ସମୟ ରେ ସାରା ଭାରତ ବାସି ଏକଜୁଟ ହୋଇ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ରକଳା ମାଧ୍ୟମ ରେ ସମସ୍ତ ଙ୍କୁ ବାର୍ତ୍ତା ଦେଇଛନ୍ତି। ପୁରୀ ବେଳାଭୂମି ର ନିଳାଦ୍ରୀ ବିଚରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୱାୟନାଡ ବିଭୀଷିକାକୁ ନେଇ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି। ଏହି ବାଲୁକା ଚିତ୍ରକଳା ଦେଖିବାକୁ ଶହ ଶହ ପର୍ଯ୍ୟଟକ ଙ୍କ ଭିଡ଼ ହୋଇଥିଲା। ସମସ୍ତେ ୱାୟନାଡ ଘଟଣା ରେ ମୃତ ବ୍ୟକ୍ତିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ ନେଇ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.