ଆକର୍ଷଣୀୟ ବାଲୁକା କଳାରେ ହନୁମାନ ଜୟନ୍ତୀ ଶୁଭେଚ୍ଛା - HANUMAN JAYANTI 2024

By ETV Bharat Odisha Team

Published : Apr 23, 2024, 10:46 AM IST

thumbnail

ପୁରୀ: ଆଜି ପବିତ୍ର ହନୁମାନ ଜୟନ୍ତୀ । ସାରା ଦେଶରେ ବଡ ଧୁମଧାମରେ ଅଞ୍ଜନ ପୁତ୍ରଙ୍କ ଜୟନ୍ତୀ ପାଳନ ହେଉଛି । ଏହି ଅବସରରେ ପୁରୀ ନୀଳାଦ୍ରୀ ବିଚରେ ମହାବୀର ହନୁମାନଙ୍କ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ପ୍ରସ୍ତୁତ କରି ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ  । ସେ ହନୁମାନଙ୍କ ମୁଖ ସହିତ ତାଙ୍କର ଗଦାକୁ ବାଲୁକା କଳାରେ ସ୍ଥାନିତ କରିଛନ୍ତି  । ବେଳାଭୂମିରେ ସୁଦର୍ଶନଙ୍କ ଏହି ସୁନ୍ଦର ବାଲୁକା କଳ ଦେଖିବା ଲାଗି ପର୍ଯ୍ୟଟଙ୍କ ଭିଡ ଜମୁଛି  । ଭାରତର ଅଧିକାଂଶ ରାଜ୍ୟରେ ଚୈତ୍ର ପୂର୍ଣ୍ଣିମା କିମ୍ବା ବୈଶାଖ ମାସରେ ହନୁମାନ ଜୟନ୍ତୀ ପାଳନ ହୁଏ  । ମହାବୀର ହନୁମାନ ପ୍ରଭା ରାମଙ୍କର ଜଣେ ପରମ ଭକ୍ତ ଏବଂ ରାମଙ୍କ ପ୍ରତି ତାଙ୍କର ଅପାର ଭକ୍ତି ପାଇଁ ଜଣାଶୁଣା  । ଅଞ୍ଜାନେରୀ ପର୍ବତରେ ତାଙ୍କର ଜନ୍ମ  । ହନୁମାନଙ୍କୁ ପବନ ପୁତ୍ର ବୋଲି ମଧ୍ୟ କୁହାଯାଏ  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.